ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନି ପର୍ଯ୍ୟଟନ କ୍ଷେତ୍ର ପୁରୀ ଓ ସ୍ମାର୍ଟ ସିଟିକୁ ପୁରା ବିଗାଡି ଦେଇଛି । ବାତ୍ୟା ଅପେକ୍ଷା ବାତ୍ୟା ପରର ଦୁଃଖ ଏଠି ଅଧିକ ହୋଇ ପଡିଛି । ମୋବାଇଲ ନେଟୱର୍କ ଠାରୁ ଅ୍ରାରମ୍ଭ କରି ରେଳସେବା ସବୁ କିଛି ପ୍ରଭାବିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥିତି ସମୀକ୍ଷା କରି କହିଛନ୍ତି ଆସନ୍ତା ୧୨ ସୁଦ୍ଧା ବେଶି ପ୍ରଭାବିତ ହୋଇଥିବା ୍ରୁରୀ ଜିଲ୍ଲାକୁ ୧୮ଯୋଡିି ଟ୍ରେନ ଚଳଚଳ କରିବ । ବର୍ତ୍ତମାନ ପୁରୀରେ ୧୨ ଟି ଟ୍ରେନ ଚଳାଚଳ କରୁଥିବା ବେଳେ ଆସନ୍ତା ୧୨ ଯୋଡି ରେ ୧୮ଯୋଡିି ଟ୍ରେନର ଚଳାଚଳ ସ୍ୱଭାବିକ ହେବ ।
ସେହିଭଳି ପେଟ୍ରୋଲ ଓ ଡିଜେଲର ସ୍ଥିତି ସମୀକ୍ଷା କରି କହିଛନ୍ତି ଏବେ ୯୦ ପ୍ରତିଶତ ପେଟ୍ରୋଲ ପମ୍ପ ଚାଲ ୁରହିଛି । ବାକି ୧୦ ପ୍ରତିଶତ ବ୍ୟାପକ କ୍ଷତି ହେବା ଫଳରେ ଚାଲି ପାରିନି । ପୁରୀରେ ସର୍ବାର୍ଧିକ ପେଟ୍ରୋଲ ପମ୍ପରେ ବ୍ୟାପକ କ୍ଷତି ହୋଇଛି । ମୋଟ ୫୨ ଟିରୁ ୨୩ ଟି କାର୍ଯ୍ୟକ୍ଷମ ରହିଛି । ଅବଶିଷ୍ଟ ଅଧିକ କ୍ଷତି ହୋଇଛି । ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଏବେ ଲୋକଙ୍କୁ ସେବା ଯୋଗାଇ ଦେଉଛି । ଗତକାଲି ଶ୍ରୀ ପ୍ରଧାନ ବିଦ୍ୟୁତ କାର୍ଯ୍ୟର ସମୀକ୍ଷା କରିଥିଲେ ।