ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଛାଡି ଯାଇଛି ହେଲେ ରଚିଥିବା ତାର ତାଣ୍ଡବର ପ୍ରଭାବ ୭ ଦିନ ପରେ ବି ଲୋକମାନେ ଭୋଗୁଛନ୍ତି । ବତ୍ୟାକୁ ୭ ଦିନ ବିତି ସାରିଥିଲେ ସୁଦ୍ଧା ଆଜିବି ବାତ୍ୟା ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ସ୍ଥିତି ସୁଧୁରିନାହିଁ । ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାତ୍ୟା ପ୍ରଭାବିତ ହୋଇଥିବା ୫ ଜିଲ୍ଲାରେ ଆସନ୍ତା ଶନିବାର ଓ ରବିବାର ସମସ୍ତ ସରକାରୀ ଅଫିସ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି କଟକ, ପୁରୀ, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଧାରେ ସବୁ ସରକାରୀ ଅଫିସ ଖୋଲା ରଖିବାକୁ ନିର୍ଦେଶ ରହିଛି ।
ବାତ୍ୟାରେ ଏହି ସବୁ ଜିଲ୍ଲା ମାନ ପ୍ରଭାବିତ ହୋଇଥିବାରୁ ରିଲିଫ ବଣ୍ଟାକୁ ତ୍ୱରାନୀତ କରିବା ପାଇଁ ଅଫିସ ସବୁ ଖୋଲା ରହିବ । ବାତ୍ୟାରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତି ହୋଇଛି । ସେଠାରେ ପାନୀୟଜଳ ଓ ବିଦ୍ୟୁତ ସେବା କିଭଳି ପହଞ୍ଚି ପାରିବ ସେ ନେଇ ସରକାର ଉଦ୍ୟମ କରୁଛନ୍ତି । ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଦ୍ୟୁତ ଯୋଗାଇବାକୁ ସ୍ଥିର ହୋଇଛି ।
ଫୋନିରେ ମୋଟ ୪୧ ଜଣ ପ୍ରାଣ ହରାଇଥିବା ବେଳେ ଯାଜପୁରରେ ୭୧ ଜଣ ଆହାତ ହୋଇଛନ୍ତି । ପୁରୀରେ ବାତ୍ୟାରେ ୨୧ ଜଣ ପ୍ରାଣ ହରାଇଛନ୍ତି । ପୁରୀରେ ବିଦ୍ୟୁତ ଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସୁଦ୍ଧାର ଆଣିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି ।