ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାମୁଦ୍ରିକ ଝଡ ‘ଫୋନି’ପାଇଁ ଓଡିଶାର ଅବସ୍ଥା ବେହାଲ ହୋଇଯାଇଛି । ବାତ୍ୟା ପରେ ଅସାଧୁ ବେପାରୀମାନେ ସାମଗ୍ରୀ କମଥିବା ଦର୍ଶାଇ ଦରଦାମ ଅଧିକ କରିଥିବା ଦେଖିବକୁ ମିଳିଛି । ତେବେ ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ ସମୀକ୍ଷା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୨ଶହ ୩୪ଟି ପେଟ୍ରୋଲ ପମ୍ପ ରହିଛି । ଏହା ମଧ୍ୟରୁ ବର୍ତମାନ ସୁଦ୍ଧା ୨ଶହ ୩୨ଟି କାର୍ୟ୍ୟକ୍ଷମ ହୋଇସାରିଛି ଓ ବାକି ଦୁଇଟି ଆସନ୍ତାକାଲି ସୁଦ୍ଧା କାର୍ୟ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ।
କଟକ ଓ ପୁରୀ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ଯୋଗାଣର ସ୍ଥିତି ସମୀକ୍ଷା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ତୈଳ ବିତରଣ କରାଯାଉଛି।ଫୋନି ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ପେଟ୍ରୋଲ, ଡିଜେଲ ଯୋଗାଣ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା । ପେଟ୍ରୋଲ ଓ ଡିଜେଲର ଅଭାବ ନରହୁ ଏଥିପାଇଁ ଆଜି ବିଭିନ୍ନ ପେଟ୍ରୋଲିୟମ କମ୍ପାନୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ପ୍ରଚୁର ପରିମାଣରେ କିରାସିନି ରଖାଯାଇଛି। ସରକାର ଚାହିଁଲେ ଏହାକୁ ନେଇପାରିବେ। ବାତ୍ୟା ପ୍ରଭାବିତ ପୀଡ଼ିଙ୍କୁ ରିଲିଫ୍ ଆକାରରେ ଏହି କିରାସିନି ବଣ୍ଟନ କରିପାରିବେ। ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ଖୁବ ଶୀଘ୍ର ସ୍ୱାଭାବିକ ହୋଇ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଖୋଲା ରଖାଯାଇଛି।