ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ରରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମାଧ୍ୟମରେ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଶେଷ ପର୍ଯ୍ୟାୟ ନିର୍ବାଚ ମେ ୧୯ ରେ ସରୁଥିବାବେଳେ ଏହି ଖବରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଚର୍ଚ୍ଚା ଜୋରଧରିଛି । ଏହି ଆଲୋଚନା ଏକ େଓøପଚାରିକ ଆଲୋଚନା ବୋଲି କୁହାଯାଉଛି । ତେବେ ଚଳିତ ଥର କେନ୍ଦ୍ରରେ ମେଣ୍ଟ ସରକାର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମେ ୧୯ ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ବୈଠକ ଦିଲ୍ଲୀରେ ହେବ ବୋଲି ଆଲୋଚନା ହେବ ବୋଲି ସୂଚନା ମିଳିଛିି ।
ସେହିଭଳି ଚଳିତ ଥର କଂଗ୍ରେସ କମ ସିଟ୍ ପାଇବାର ଆଶଙ୍କା ଥିବାରୁ ବିଜେପିକୁ ମାତ ଦେବା ପାଇଁ ଆଞ୍ଚଳିକ ଦଳ ମାନଙ୍କର ସହଯୋଗ ନେଇ ସରକାର ଗଢିବାକୁ ଯୋଜନା ପ୍ରସ୍ତୁତ କରୁଛି । ବିଜେପି ମଧ୍ୟ ଏଥର ଆଞ୍ଚଳିକ ଦଳ ଉପରେ ଭରସା କରୁଛି । ଆଞ୍ଚଳିକ ଦଳମାନେ ମଧ୍ୟ ମେଣ୍ଟ କରି ଉଭୟଙ୍କୁ ମାତ ଦେଇ କେନ୍ଦ୍ରରେ ସରକାର ଗଡିବାକୁ ଗୋଟି ଚଳାଉଛନ୍ତି । ତେବେ ଅପେକ୍ଷା ରହିଲା ଫଳାଫଳକୁ ମେ ୨୩ ପରେ ଜଣାପଡିବ କାହା ପଲା ଭାରି ପଡୁଛି । ମୁଖ୍ୟମନ୍ତ୍ରୀ କାହାକୁ ସହଯୋଗ କରୁଛନ୍ତି ବିଜେପି ନାଁ କଂଗ୍ରେସକୁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ତେବେ ମୁଖ୍ୟମନ୍ତ୍ରୀ ସହଯୋଗ କରିବେ କି ନାଁ ସେ ନେଇ କୌଣସି ସୂଚନା ମଳିନାହିଁ ।