ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବିଜେପି ପୁଣି ଜିତିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି କହଇଚନ୍ତି ନିର୍ବାଚନ ଫଳାଫଳ ବାହାରିଲେ ବିରୋଧୀ ଚିତିପଟାଙ୍ଗ ମାରିବେ । ମୋଦି ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେପିର ଲୋକପ୍ରିୟତାକୁ କମାଇବା ପାଇଁ ବିରୋଧୀ ବିଜେପିକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି । ସେହିଭଳି ମାୟାବତି ଓ ଅଖିଳେଶଙ୍କୁ ସମାଲୋଚନା କରି କହିଛନ୍ତି ମୁଁ ଯେତିକି ଦିନ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ରହିଛି ସେମାନେ ଉଭୟ ମିଶିଲେ ମଧ୍ୟ ସେତିକି ଦିନ ମୁଖ୍ୟମନ୍ତ୍ରୀ ରହିପାରି ନାହାନ୍ତି ।
ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ମୋଦିଙ୍କର ଏହି ବୟାନ ଏବେ ରାଜନୀତି ପାଣିପାଗକୁ ସରଗରମ କରିଛି । ମୋଦି କହିଛନ୍ତି ଗୁଜୁରାଟରେ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାର ନାମରେ କୌଣସି ଅଭିଯୋଗ ଆସି ନାହିଁ । ସେନାକୁ ନେଇ ବିରୋଧୀ ଦେଉଥିବା ବୟାନକୁ ମଧ୍ୟ ମୋଦି ଏଠାରେ ଖଣ୍ଡନ କରିଛନ୍ତି । ସେନାରେ ଫୁଟୁଥିବା ଗୁଳି ମୋଦି ଫୁଟାଉଥିବା କହି ବିରୋଧୀ ନାଟକ କରୁଛନ୍ତି ବୋଲି ସେ କହିଛନ୍ତିି । ଏହା ହେଉଛି ବିରୋଧୀଙ୍କ ରାଜନୈତିକ ଡ୍ରାମା ।
ସେହିଭଳି ରାଜସ୍ଥାନରେ ଦଳିତ ଝିଅ ଦୁଷ୍କର୍ମକୁ ପ୍ରସଙ୍ଗ କରି ସେ ପ୍ରଶ୍ନ କରିଛନ୍ତି ରାଜସ୍ଥାନରେ ହୋଇଥିବା ଘଟଣାର କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ପଚାରିଛନ୍ତି । ଏହି ମାମଲାରେ କଂଗ୍ରେସ ହସ୍ତକ୍ଷେପ କରି ଚପାଇଦେବାକୁ ଚେଷ୍ଟା କରୁଛି ବୋଲି ମୋଦି କହିଛନ୍ତି ।