ଖରାରେ ଆଉଟୁ ପାଉଟୁ ହେଉଛି ରାଜ୍ୟ । ଏ ତାତିରୁ କେବେ ତ୍ରାହି ମିଳିବ କେବେ ମୌସୁମୀ ଆସିବ ତାକୁ ନେଇ ସମସ୍ତଙ୍କ ଚିନ୍ତା । ତେବେ ଏନେଇ ଘରୋଇ ପାଣିପାଗ ବିଭାଗ ସସ୍ଥା “ସ୍କାଏମେଟ” କହିଛି ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ ମୌସୁମୀ ଆସିବ । ଜୁନ ୧୦ ରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ଏହି ଘୋରୋଇ ସସ୍ଥା । ସୂଚନା ଅନୁସାରେ ଜୁନ ୧ ବେଳକୁ ମୌସୁମୀ କେରଳ ଛୁଇବ । ମେ ୨୦ ବେଳକୁ ଆଣ୍ଡାମାନ ନିକୋବାର ସ୍ପର୍ଷ କରି ବ । ପାଖାପାଖି ୧୦ ଦିନ ପରେ ଏହା କେରଳ ଛୁଇଁବ ।
ସେହିଭଳି ଜୁନ ୫ ରେ ଆନ୍ଧ୍ରପ୍ର୍ରଦେଶ ଓ ୧୦ ରେ ଓଡିଶା ଛୁଇଁବ ବୋଲି ସ୍କାଏମେଟ ସୂଚନା ଦେଇଛି । ଜୁଲାଇ ୧ ବେଳକୁ ପୁରା ଦେଶରେ ମୌସୁମୀ ପ୍ରଭାହିତ ହେବ । ଚଳିତ ଥର ୯୩ ପ୍ରତିଶତ ବର୍ଷା ହେବ ବୋଲି ରେକର୍ଡ କରାଯାଉଛି । ଓଡିଶା ସମେତ କୋଲକାତା, ମହାରାଷ୍ଟ୍ର, ଛତିଶଗଡରେ ମଧ୍ୟ ମୌସୁମୀ ପ୍ରବେଶ କରିବ । ଦେଶରେ ୪ ମାସ ଧରି ମୌସୁମୀ ରହିବ ।
ପ୍ରଥମ ପର୍ଯ୍ୟାୟରେ କୋଲକାତା, ତାମିଲନାଡୁରେ ମୌସୁମୀ ପ୍ରଭାହିତ ହେବ । ଚାଷ ପାଇଁ ପାଗ ଅନୁକୂଳ ରହିବ ବୋଲି ଆକଳନ କରିଛି ସ୍କାଏମେଟ । ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ମଧ୍ୟ ଖରାର ତାପମାତ୍ରା ବହୁତ ଅଧିକ ରହିଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି ।