ସମ୍ବଲପୁର ( ଏଟିଆର ବ୍ୟୁରୋ): ଶେଷରେ ବାହା ହେବାକୁ ଯାଇ ଶିଶୁ ପାଳ ହୋଇ ଫେରିଲା ବର । ମଦ ପିଇ ବାହା ବେଦିରେ ଢୁଳେଇବାରୁ ଏମିତି ହଟହଟ୍ଟା ହେବାକୁ ପଡିଛି ବରକୁ । ବାହା ବେଦିରେ ମଦୁଆ ବରକୁ ଉଚିତ ଶିକ୍ଷା ଦେଲା କନ୍ୟା । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଯୁଯୁମରା ଗୋବର୍ଦ୍ଧନପୁର ଗାଁରେ । ଗ୍ରାମର ଭିକ ମାଏତାଙ୍କ ଝିଅଙ୍କର ଗତକାଲି ବାହାଘର ଥିଲା । ବାହା ହେବାକୁ ବର ଯାତ୍ରୀ ସହିତ ବର ବି ଆସି କନ୍ୟାଘରେ ପହଞ୍ଚି ଥିଲା । ହେଲେ ମଦ ନିଶାରେ ବେଦି ଉପରେ ଦେଖାଇଲା କମାଲ ।
ସାଙ୍ଗମାନଙ୍କ ସହିତ ଅଧିକ ମାତ୍ରାରେ ମଦ ପିଇ ଦେଇଥିବାରୁ ବାହା ବେଦିରେ ବର ଘୁମାଇଲା ଏନେଇ କନ୍ୟାର ବାପା ପଚାରିବାରୁ ଭାବି ଶଶୁରଙ୍କୁ ଗାଳିଗୁଲଜ ମଧ୍ୟ କଲା । ଏମିତି କି ଶଶୁର ଉପରକୁ ହାତ ଉଠାଇବା ପର୍ଯ୍ୟନ୍ତ କଥାଗଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ କନ୍ୟା ସିଧା ବେଦି ଉପରୁ ଉଠିଯାଇ ମଦୁଆ ବରକୁ ବାହା ହେବନାହିଁ ବୋଲି ରୋକଠୋକ ମନା କରିଦେଲା ।
ଯାହାକୁ ଶୁଣି ଏକାଥରେ ମଦୁଆବରର ନିଶା ଉତ୍ତରି ଗଲା । ଏମିତିକି ଭାବି ସ୍ତ୍ରୀର ଗୋଡବି ଧରିଲା । ତଥାପି କନ୍ୟା ମମତା ଅମଙ୍ଗ, ଏମତି ମଦୁଆ ବର ସହିତ ସେ ସଂସାର କରି ପାରିବ ନାହିଁ ବୋଲି ମନା କରିଦେଲା । ଯାହା ଫଳରେ ଉଚିତ ଶିକ୍ଷା ପାଇଲା ବର । ଶେଷରେ କାନମୁଣ୍ଡା ଆଉଁସି ଶିଶୁପାଳ ହୋଇ ଫେରିଲା ମଦୁଆ ବର ସୁରେନ୍ଦ୍ର । ତେବେ ମମତାଙ୍କର ଏହି ନିଷ୍ପତି ପାଇଁ ତାଙ୍କୁ ବର୍ତ୍ତମାନ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ମଦୁଆ ବରକୁ ଉଚିତ ଶିକ୍ଷା ଦେଇଥିବାରୁ ସମସ୍ତେ ବାହାବାହା କରୁଛନ୍ତି କନ୍ୟାକୁ ।