ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ରହିଥିଲା ଶାନ୍ତିପୁର୍ଣ୍ଣ ଦିବସ । ଯାହାକୁ ନେଇ ସବୁ ଦଳର ପ୍ରାର୍ଥୀଙ୍କ ଛାତିରେ ଛନକା । ଭାଗ୍ୟ ସାଥ ଦେବାପାଇଁ ସମସ୍ତେ ନିଜନିଜ ଆରାଧ୍ୟ ଦେବତାଙ୍କ ସରଣରେ । ସେହିଭଳି ଗତକାଲି ଶେଷ ଦିନରେ ପ୍ରଚାର ସାରି ଆଜି ପ୍ରଧାନମନ୍ତ୍ରୀ ମୋଦି କେଦାରନାଥରେ ପୂଜାର୍ଚ୍ଚନା କରିଛନ୍ତି । ପୂଜାର୍ଚ୍ଚନା କରିବା ସହିତ ମୋଦି କେଦାର ନାଥରେ ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି । ଯାହାର ଏକ ଫଟୋ ଭାଇରାଲ ହୋଇଛି ।
ଯେଉଁ ଫଟୋରେ ମୋଦି ଏକ ଗେରୁଆ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋଟି ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ସେୟାର କରାଯାଇଛି । ଆଜି ସକାଳୁ ମୋଦି ଜଲି ଗ୍ରାଣ୍ଟ ଏୟାର ପୋର୍ଟରୁ ହେଲିକପ୍ଟର ଯୋଗେ କେଦାରନାଥରେ ପହଞ୍ଚି ଥିଲେ । ସେଠାରେ ସେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହିତ କେଦାରନାଥରେ ପୂଜାର୍ଚ୍ଚନା କରିଥିଲେ । ତେବେ ବୋଦି ଆସନ୍ତା କାଲି ଯାଏ କେଦାରନାଥରେ ଧ୍ୟାନରେ ବସିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଆସନ୍ତା କାଲି ଶେଷ ପର୍ଯ୍ୟାୟ ନିର୍ବାଚନରେ ୫୯ ଟି ଲୋକସଭା ଆସନ ପାଇଁ ମତଦାନ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ରହିଛି ଭାଗ୍ୟ ପରୀକ୍ଷା । ବାରଣାସୀ ଭୋଟର ମୋଦିଙ୍କ ଭାଗ୍ୟ ଭାଗ୍ୟ ନିର୍ଧାରଣ କରିବେ । ତେବେ କାଲି ଭୋଟ ଥିବା ବେଳେ ଆଜି ମୋଦିଙ୍କ କେଦାରନାଥରେ ଧ୍ୟାନ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଦୁଇ ବର୍ଷ ମଧ୍ୟରେ ଏହା ମୋଦିଙ୍କ ଚତୁର୍ଥ ଥର କେଦାରନାଥ ଯାତ୍ରା