ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଧାବିକା ଦୂତି ଚାନ୍ଦ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ତାଙ୍କର ଜଣେ ଝିଅ ସହିତ ସମ୍ପର୍କ ଥିବା କଥା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯିଏ ଯାହା ସହିତ ରହିବାକୁ ଚାହୁଛି ତାକୁ ତା ସେ ସ୍ୱାଧୀନତା ରହିବା ଦରକାର ବୋଲି ଏହି ଦୌଡରାଣୀ କହିଛନ୍ତି ।
ସମଲିଙ୍ଗୀ ସହିତ ଯେଉର୍ମାନେ ରହିବାକୁ ଆଗ୍ରହୀ ସେମାନଙ୍କ ଆଗ୍ରହକୁ ମୁଁ ସମ୍ମାନ ଦିଏ । ସୂଚନାଯୋଗ୍ୟ ସମଲିଙ୍ଗୀ ସମ୍ପର୍କରେ ଥିବା ସର୍ବସମ୍ମୁଖରେ ପ୍ରକାଶ କରିବାରେ ଦୂତି ଚାନ୍ଦ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ଆହୁରି ମଧ୍ୟ ସେ କହିଛନ୍ତି ‘ ମୋତେ ଏମିତି ଜଣେ ମିଳିଯାଇଛି ଯିଏ ମୋତେ ମୋ ଜୀବନ ଠାରୁ ମଧ୍ୟ ପ୍ରିୟ । ମୁଁ ସବୁବେଳେ ସେଇ ଲୋକ ମାନଙ୍କ ସପକ୍ଷରେ ସ୍ୱର ଉଠାଏ ଏବଂ ତାଙ୍କୁ ସପର୍ଟ କରେ ।
କିଏ କାହା ସହ ରହିବାକୁ ଚାହୁଁଛି ଏହା ସଂପୂର୍ଣ୍ଣ ଭାବରେ ସେହି ବ୍ୟକ୍ତି ଉପରେ ନିର୍ଭର କରୁଛି ।’ ଏହା ମୋର ବ୍ୟକ୍ତିଗତ ନିଷ୍ପତି । ଏହାକୁ ସମ୍ମ୍ାନ ଦେବା ଉଚିତ ବୋଲି ଦୂତି କହିଛନ୍ତି । ଧ୍ୟାନର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁ ନ ଥିବାରୁ ଦୂତୀ ତାଙ୍କ ସଙ୍ଗିନୀର ପରିଚୟ ପ୍ରକାଶ କରି ନାହାନ୍ତି । ମୁଁ ଦଶ ବର୍ଷ ହେଲା କ୍ରୀଡା କ୍ଷେତ୍ରରେ ରହିଛି ରହିବି ବୋଲି ସେ କହିଛନ୍ତି ।