ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨୩ ତାରିଖ ଗୁରୁବାର ହେବାକୁ ଥିବା ଭୋଟ ଗଣତି ନେଇ ଆଜି ଭୁବନେଶ୍ୱରରେ ବିଜେପି ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୋଟ ଗଣତି ବେଳେ ଦଳର କର୍ମୀ ମାନେ କେଉଁଭଳି ଦାୟିତ୍ୱ ନିର୍ବାହ କରିବେ ସେ ନେଇ ପ୍ରସ୍ତୁତି ବୈଠକ ସମେତ ଏହି କର୍ମଶାଳାରେ ଅବଗତ କରାଯାଇଛି । ଗତକାଲି ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ସରିଛି । ସେହିଭଳି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମଧ୍ୟରେ କେବଳ କେନ୍ଦ୍ରାପଡା ପାଟକୁରା ବିଧାନସଭା ଆସନକୁ ବାଦ ଦେଲେ ଅନ୍ୟସମସ୍ତ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ହୋଇ ସାରିଛି ।
ଭୋଟ ଗଣତି ବେଳେ ଦଳ ପକ୍ଷରୁ ଏଜେଣ୍ଟ ରଖା ଯିବ । ଆଜିର ଏହି କର୍ମଶାଳାରେ ବିଧାୟକ ପ୍ରାର୍ଥୀଙ୍କ ସମେତ ଲୋକସଭା ପ୍ରାର୍ଥୀ ଓ ଏଜେଣ୍ଟ ମାନଙ୍କ ସମେତ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ଲୋକସଭା ଆସନ ପ୍ରାର୍ଥୀ ଜୁଏଲ ଓରାମ , ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ମାନେ ସେମାନଙ୍କ ଦ୍ୱାରା କରାଯାଇଥିବା ଏକଜିଟ ପୋଲ ପ୍ରକାଶ କରିଥିଲେ । କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବ ବୋଲି ବିଭିନ୍ନ ଏକଜିଟ ପୋଲ ମିଳିବ ବୋଲି ଆଶଙ୍କା ରହିଛି । ସେହିଭଳି ରାଜ୍ୟରେ ଏକ ପ୍ରମୁଖ ଗଣମାଧ୍ୟମ ସସ୍ଥା କରିଥିବା ଏକଜିଟ ପୋଲର ସୂଚନା ଅନୁଯାୟୀ ଗତ ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ରେ ଦଳର ପ୍ରଦର୍ଶନ ଭଲ ରହିବ ବୋଲି ପ୍ରକାଶ ପାଇଛି ।