ନୟାଗଡ ( ଏଟିଆର ବ୍ୟୁରୋ): ଅଧାପୋଡା ହୋଇଥିବା ଶବ ଜବତ କଲା ପୋଲିସ । ତରବରିଆ ଭାବେ ଶାଶୁ ଘର ଲୋକେ ପୋଡି ଦେଉଥିଲେ ବୋହୂର ଶବ । ଯୌତୁକ ନେଇ ହତ୍ୟା ହୋଇଥିବା ସନ୍ଦେହ । ଏମିତି ଏକ କାଣ୍ଡ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ବିନୋଦପଡା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର ମନୋଜ ରାଉତଙ୍କ ପତ୍ନୀ ଶୁଭ୍ରକେଶିଙ୍କର କୌଣସି କାରଣ ନେଇ ମୃତ୍ୟୁ ହୋଇଥିଲା ।
ତେବେ ମୃତ୍ୟୁ ହେବା ନେଇ ବୋହୂର ବାପାଙ୍କ ଘରକୁ ନଜଣେଇ ତରବରିଆ ଭାବେ ଶାଶୁ ଘର ଲୋକେ ଗାଁ ଶ୍ମଶାନରେ ଶବସକ୍ରାର କରୁଥିଲେ । ଏନେଇ ରଣପୁର ପୁଲିସ କୌଣସି ସୂତରୁ ଖବର ପାଇ ଶ୍ମଶାନରେ ପହଞ୍ଚି ଅଧା ପୋଡା ହୋଇଥିବା ଶବକୁ ଜବତ କରିଥିଲା । ଏବଂ ଜବତ ଶବକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ପୋଲିସ ପହଞ୍ଚିବା ବେଳକୁ ମୃତ ବୋହୂର ସ୍ୱାମୀ ଓ ପରିବାର ଲୋକେ ଫେରାର ହୋଇ ଯାଇଥିବା ଜଣାପଡିଛି ।
ଏନେଇ ବୋହୂର ବାପ ଘର ଲୋକେ ସେସାନଙ୍କ ଝିଅକୁ ତା ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଯୌତୁକ ଯୋଗୁ ମାରିଦେଇଥିବା ସେମାନେ କହିଛନ୍ତି । ତେବେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଖୋର୍ଦ୍ଧା ନୟାଗଡ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗ୍ରାମରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃୃତ ମହିଳାଙ୍କର ଗୋଟିଏ ଝିଅ ଏବଂ ଦୁଇଟି ପୁଅ ରହିଛନ୍ତିି ।