ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ସକାଳ ୧୧ ସମୟର ସୂଚନା ଅନୁସାରେ ବିଜେଡି ୫୯ ଟି ବିଧାନସଭା ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ ଟି ବିଜେପି ୧୫ ଟି ବିଧାନସଭା ଆସନରେ ଆଗୁଆ ରହିଛି । ସେହିଭଳି ବିଜେଡି ସୁପ୍ରିମୋ ଉଭୟ ହିଞ୍ଜିଳି ଓ ବିଜେପୁର ଲୋକ ସଭା ଆସନରେ ଆଗୁଆ ରହିଛନ୍ତି । ଗତ ରବିବାର ହୋଇଥିବା ଏକଜିଟପୋଲ ତଥ୍ୟ ଅନୁସାରେ ରାଜ୍ୟରେ ବିଜେଡି ଆଗୁଆ ରହିବ ବୋଲି ସୂଚନା ମିଳିଥିଲା ।
ସେହିଭଳି ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଆଗରେ ରହିଛନ୍ତି । ସେହିଭଳି ପୁରା ବିଧାନସଭା ଆସନକୁ ଯଦି ଲକ୍ଷ୍ୟ କରିବା ଏବେ ପର୍ଯ୍ୟନ୍ତ ୭୪ ଟି ବିଧାନସଭା ଆସନରେ ଆଗୁଆ ଥିବା ବେଳେ , ବିଜେପି ୧୭ ଟି ବିଡଧାନସଭା ଆସନରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରସ ୧୧ ଟି ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ଆସ୍କା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମଞ୍ଚଳା ସ୍ୱାଇଁ ଆଗୁଆ ରହିଛନ୍ତିି ।
ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ସୂଚନା ମିଳିଛି । ମଧ୍ୟ ଭୁବନେଶ୍ୱରରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମଧ୍ୟ ଆଗୁଆ ରହିଛନ୍ତି । ଭଣ୍ଡାରିପୋଖରିରୁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଆଗୁଆ ରହିଛନ୍ତି । ଏଠାରେ ନିରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇ ପ୍ରଫୁଲ୍ଲ ଆଗୁଆ ରହିଛନ୍ତି । କେନ୍ଦୁଝରରେ ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ଆଗୁଆ ରହିଛନ୍ତି । (ସମୟ- ସକାଳ ୧୧ ଟା)