ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ପ୍ରକାଶ ପାଇଛି ନିର୍ବାଚନୀ ଫଳାଫଳ । ରାଜ୍ୟରେ ନବୀନ ସରକାର ଏବଂ କେନ୍ଦ୍ରରେ ମୋଦି ସରକାର ପୁଣିଥରେ ଆସିଛନ୍ତି । ତେବେ ମୋଦିଙ୍କ ପ୍ରଭାବରେ ଓଡିଶା ଲୋକସଭାରେ ବହୁତ ବଡ ପରିବର୍ତ୍ତନ ହୋଇଛି । ୨୦୧୪ ନିର୍ବାଚନରେ ବିଜେଡି ୨୦ ଟି ଲୋକସଭା ଆସନ ଜିତିଥିଲା ଏବଂ ବିଜେପି ମାତ୍ର ଗୋଟିଏ ଆସନ ଜିତିଥିଲା । କିନ୍ତୁ ଏଥରକ ବିଜେପି ୧ରୁ ୮କୁ ଉନ୍ନିତ ହୋଇଛି । ଏବଂ ବିଜେଡି ୨୦ରୁ ୧୨କୁ ଖସିଯାଇଛି । ଏବଂ କଂଗ୍ରେସ ଖାତାକୁ ଗୋଟିଏ ଆସନ ଚାଲିଯାଇଛି ।
ତେବେ ଆସନ୍ତୁ ଜାଣିବା କିଏ କେଉଁ ଆସନରୁ ଜିତିଛନ୍ତି
ବରଗଡ : ସୁରେଶ ପୂଜାରୀ (ବିଜେପି)
ସୁନ୍ଦରଗଡ : ଜୁଏଲ ଓରାମ (ବିଜେପି)
ସମ୍ବଲପୁର : ନୀତେଶ ଗଙ୍ଗଦେବ (ବିଜେପି)
କେନ୍ଦୁଝର : ଚନ୍ଦ୍ରାଣୀ ମୁର୍ମୁ (ବିଜେଡି)
ମୟୁରଭଞ୍ଜ : ବିଶ୍ବେଶ୍ବର ଟୁଡୁ (ବିଜେପି)
ବାଲେଶ୍ବର : ପ୍ରତାପ ଷଡଙ୍ଗୀ (ବିଜେପି)
ଭଦ୍ରକ : ମଞ୍ଜୁଲତା ମଣ୍ଡଳ (ବିଜେଡି)
ଯାଜପୁର : ଶର୍ମିଷ୍ଠା ସେଠୀ (ବିଜେଡି)
ଢେଙ୍କାନାଳ : ମହେଶ ସାହୁ (ବିଜେଡି)
ବଲାଙ୍ଗିର : ସଂଗୀତା ସିଂଦେଓ (ବିଜେପି)
କଳାହାଣ୍ଡି : ବସନ୍ତ ପଣ୍ଡା (ବିଜେପି)
ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ବିଜେଡି)
କନ୍ଧମାଳ : ଅଚ୍ୟୁତ ସାମନ୍ତ (ବିଜେଡି)
କଟକ : ଭର୍ତ୍ତୃହରି ମହତାବ (ବିଜେଡି)
କେନ୍ଦ୍ରାପଡା : ଅନୁଭବ ମହାନ୍ତି (ବିଜେଡି)
ଜଗତସିଂପୁର : ରାଜଶ୍ରୀ ମଲ୍ଲିକ (ବିଜେଡି)
ପୁରୀ : ପିନାକୀ ମିଶ୍ର (ବିଜେଡି)
ଭୁବନେଶ୍ବର : ଅପରାଜିତା ଷଡଙ୍ଗୀ (ବିଜେପି)
ଆସ୍କା : ପ୍ରମିଳା ବିଶୋୟୀ (ବିଜେଡି)
ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ବିଜେଡି)
କୋରାପୁଟ : ସପ୍ତଗିରି ଉଲ୍ଲାକା (କଂଗ୍ରେସ