ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଡିଆଁ ଜୋରଦାର ହୋଇଥିଲା । ଏମିତିକି ପ୍ରାର୍ଥୀ ଘୋଷଣା ହେବା ପରେ ମଧ୍ୟ କେତେକ ନେତା ଟିକେଟ ଫେରାଇ ବିରୋଧୀ ଦଳରେ ଯୋଗ ଦେଇଥିଲେ । ଏହି ଦଳ ଡିଆଁ କେତେକ ନେତାଙ୍କ ପାଇଁ ପୁଷ ହୋଇଥିବା ବେଳେ ଆଉ କାହା ପାଇଁ ମାଘ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଦଳ ଡିଆଁରେ କାହାକୁ ମିଳିଛି ସଫଳତା ।
ସଫଳ ନେତା
ନବ ଦାସ-ଝାରସୁଗୁଡା ବିଧାନସଭା ଆସନରେ ୨୦୧୪ରେ ବିଜୟ ହୋଇଥିଲେ । କିନ୍ତୁ ୨୦୧୯ରେ ବିଜେଡିରେ ଯୋଗ ଦେଇ ପୁଣିଥରେ ବିଜୟ ହୋଇଛନ୍ତି ।
କୁସୁମ ଟେଟେ-ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ବିଜେଡି ପାଇଁ ବହୁତ କାମ କରିବା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଶେଷ ସମୟରେ ବିଜେପିରେ ଯୋଗ ଦେଇ ବିଜୟ ହୋଇଥିଲା । ଦଳ ଛାଡିଥିଲେ ମଧ୍ୟ ସଫଳ ହୋଇଛନ୍ତି ସେ ।
ରଘୁନନ୍ଦନ ଦାଶ-୨୦୧୪ରେ ବାଲିକୁଦାରେ ବିଜେପିରୁ ନିର୍ବାଚନ ଲଢ଼ି ହାରିଥିଲେ । କିନ୍ତୁ ୨୦୧୯ରେ ବିଜେଡିରେ ଯୋଗ ଦେବା ପରେ ବିଜୟ ହୋଇଛନ୍ତି ।
ବିଫଳ ନେତା
ବୈଜୟନ୍ତ ପଣ୍ଡା-ବିଜେପିର ରାଷ୍ଟ୍ରୀୟ ଉପସଭାପତି । ବିଜେଡିରୁ ତଡା ଖାଇବା ପରେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ କେନ୍ଦ୍ରାପଡା ଲୋକସଭା ଆସନରେ ଅନୁଭବ ମହାନ୍ତିଙ୍କଠାରୁ ହାରିଛନ୍ତି ।
ଦାମ ରାଉତ-ନବୀନଙ୍କୁ ହରାଇବା ପାଇଁ ବିଜେପିରେ ମିଶିଥିଲେ । କିନ୍ତୁ ଶେଷର ନିଜେ ହାରିଯାଇଥିଲେ ।
ପ୍ରକାଶ ବେହେରା-ସାଲେପୁରରେ ୨୦୧୪ରେ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ଶେଷ ସମୟରେ ବିଜେପିରେ ଯୋଗ ଦେଇ ହାରିଛନ୍ତି ।
ସୁନୀତା ବିଶ୍ୱାଳ-କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ସୁନ୍ଦରଗଡ ଲୋକସଭା ଆସନରେ ଜୁଏଲ ଓରାମଙ୍କଠାରୁ ହାରିଛନ୍ତି ।
ବିଭୁ ତରାଇ-କଂଗ୍ରେସ ଛାଡି ବିଜେପି ପକ୍ଷରୁ ଜଗତସିଂହପୁର ଲୋକସଭା ଆସନରେ ଲଢ଼ିଥିଲେ । କିନ୍ତୁ ଶେଷରେ ପରାଜୟ ବରଣ କରିଥିଲେ ।