ସୁରଟ ( ଏଟିଆର ବ୍ୟୁରୋ): ଗତକାଲି ସୁରଟ ତକ୍ଷଶୀଳା କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ୧୯ ଜଣ ଛାତ୍ର ମୃତ୍ୟବରଣ କରିଥିବା ବେଳ ୧୮ ଜଣ ଗୁରୁତ୍ତର ଆହତ ହୋଇଥିଲେ । ତେବେ ଅଜି ଏହି ମୃତ୍ୟୁ ସଂକ୍ୟା ୨୦ ରେ ପହଞ୍ଚିଛି । ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା କି ନିଜ ଜୀବନକୁ ବଞ୍ଚାଇବା ପାଇଁ ପିଲାମାନେ ୪ ମହଲାରୁ ତଳକୁ ଡେଇଁ ପଡୁଥିବା ଦେଖିବ ାକୁ ମିଳିଛି । ଗରୁତର ୧୮ ଜଣଙ୍କ ମଧ୍ୟରୁ ଆଉଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗୁରୁତରଙ୍କ ଅବସ୍ଥା ସଂଙ୍କଟାପନ୍ନ ଅବସ୍ଥାରେ ରହିଛି ।
ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ବିଲ୍ଡିଙ୍ଗରେ ଶିକ୍ଷକଙ୍କ ସମେତ ୫୦ ଜଣ ଛାତ୍ର ରହିଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ଜଣାପଡିଛି । ଏହି ଦୁଃଖଦାୟକ ଘଟଣା ପରେ ଅହମ୍ମଦାବାଦ ସହରରେ ଥିବା ସମସ୍ତ ଟ୍ୟୁସନ୍ କ୍ଲାସକୁ ବନ୍ଦ କରିବାକୁ ଅହମ୍ମଦାବାଦ ମ୍ୟୁନିସାପାଲ କର୍ପୋରେସନ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ଏହି ଦୂର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଦଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି ମୋଦି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।