ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବଦିଲ୍ଲୀରେ ଗୌତମ ଗମ୍ଭୀର ସାଂସଦ ଜିତିସାରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଆମ ଆଦମି ପାର୍ଟି ପକ୍ଷରୁ ଗମ୍ଭୀରଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିବା ଆପର ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଖରାପ ଭାଷା ପ୍ରୟୋଗ କରିଥିବା ଆପ ଅଭିଯୋଗ କରିଥିଲା । ଯାହାକୁ ନେଇ ସେତେବେଳ ଚର୍ଚ୍ଚା ଜୋର ଧରିଥିଲା ।
ଯେତେବେଳେ କି ଗୌତମ ଗମ୍ଭୀର ନିଜେ ସ୍ୱୀକାର କରିଥିଲେ କି ଆପ ପକ୍ଷରୁ ତାଙ୍କ ନାମରେ ଅଣାଯାଇଥିବା ଆରୋପ ଯଦି ସତ ପ୍ରମାଣିତ ହୁଏ ତେବେ ସେ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେବେ । ଆଉ ଯଦି ଏହା ଭୁଲ ପ୍ରମାଣିତ ହୁଏ ତ କେଜ୍ରିୱାଲ ରାଜନୀତି ଛାଡିଦେବେ କି ବୋଲି ପ୍ରଶ୍ନ କରିଥିଲେ ଗୌତମ । ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗମ୍ଭୀର । ସେ କହିଛନ୍ତି ଦିଲ୍ଲୀରେ ଗୋଟିଏ ସିଟ ପାଇପାରି ନଥିବା ଆପ ଏମିତି ନିଚ୍ଚସ୍ତର ଆରୋପ ଆଣିପାରେ ।
ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ଆସିବ ଏବଂ ଜିବ କିନ୍ତୁ ଯେତେବେଳ ମାନବିକତା ହାରିଯାଏ ସେଠି ସମସ୍ତେ ହାରି ଯାଆନ୍ତି । ତେବେ ଯଦି ରାଜନୀତି ପାଇଁ ମୋ ନାମରେ ଏମିତି ମିଛ ଆରୋପ ଲଗାଯାଇ ପାରେ ତେବେ ଏଥି ପାଇଁ କୌଣସି ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ୭ ଟି ଲୋକସଭା ଆସନରୁ ବିଜେପି ୭ ଟି ଆସନରେ ବିଜୟୀ ହୋଇଛି । ଗମ୍ଭୀରଙ୍କ ନାମରେ ଦୁଇଟି ଭୋଟ ପରିଚୟ ପତ୍ର ଥିବା ଅଭିଯୋଗ ଅମଆଦମି ପାର୍ଟି ଆଣିଥିଲା । ଯାହାକୁ ନେଇ ଆପ ନିର୍ବାଚନଙ୍କ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା । ଏମତି କି ଗମ୍ଭୀରଙ୍କ ପ୍ରାର୍ଥୀପତ୍ର ରଦ୍ଧ କରିବା ପାଇଁ ମଧ୍ୟ ଦାବୀ କରିଥିଲା ।