ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପିନାକୀ ମିଶ୍ର ସମତାକ୍ରାନ୍ତି ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀଙ୍କ ସମକକ୍ଷ ହୋଇଛନ୍ତି । ପୁରୀ ଲୋକସଭା ଆସନରେ ବ୍ରଜ କିଶୋର ତ୍ରିପାଠୀ ଚାରିଥର ବିଜୟ ହୋଇଛନ୍ତି । ୨୦୧୯ରେ ପିନାକୀ ବିଜୟ ହେବା ପରେ ହ୍ୟାଟ୍ରିକ ବିଜୟ ହୋଇଛି । କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ପୁରୀ ଲୋକସଭା ଆସନରେ ବିଜୟ ହୋଇଥିଲେ । ଏଣୁ ସେ ମଧ୍ୟ ଚାରିଥର ପୁରୀ ଆସନରେ ବିଜୟ ହୋଇଛନ୍ତି ।
ବ୍ରଜ କିଶୋର ତ୍ରିପାଠୀ ବିଜୁବାବୁଙ୍କ ଅମଳର ନେତା । ବିଜୁଙ୍କ ସେ ହେଉଛନ୍ତି ଜଣେ ବଡ ସମର୍ଥନ । ଜନତା ଦଳରୁ ବ୍ରଜ ୧୯୯୧ରେ ବିଜୟ ହୋଇଥିଲେ । ଏହାପରେ ୧୯୯୬ରେ ପିନାକୀ ମିଶ୍ର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । ଏହାପରେ ବ୍ରଜ ତ୍ରିପାଠୀ ବିଜୁ ଜନତା ଦଳ ପକ୍ଷରୁ ତିନିଥର ଏଠାରେ ପ୍ରାର୍ଥୀ ହୋଇ ଜିତିଥିଲେ । ପିନାକୀ କଂଗ୍ରେସ ଛାଡି ବିଜେଡି ମିଶିବା ପରେ ୨୦୦୯,୨୦୧୪ ଏବଂ ୨୦୧୯ରେ ବିଜୟ ହୋଇଛନ୍ତି ।
ସୂଚନାଯୋଗ୍ୟ,ଚଳିତ ନିର୍ବାଚନରେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ବିଜେପି କେନ୍ଦ୍ର ମୁଖପାତ୍ର ସମ୍ବିତ ପାତ୍ର କଡା ଟକ୍କର ଦେଇଥିଲେ । କିନ୍ତୁ ଶେଷର ପିନାକୀ ବିଜୟ ହୋଇଥିଲେ । ଏବଂ ଏହି ବିଜୟ ତାଙ୍କର ହ୍ୟାଟ୍ରିକ । ପୁରୀ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ଏହି ଦୁଇଙ୍କ ଲଢ଼େଇରେ ପଛରେ ପଡିଯାଇଥିଲେ । ପୁରୀ ଲୋକସଭା ଆସନରେ ଏଥରକ ରାଜ୍ୟବାସୀ ଦେଖିଥିଲେ ତିନି ପ୍ରମୁଖ ରାଜନୈତିକ ହେବିୱେଟ । ଜଣେ ଡାକ୍ତର,ଓକିଲ ଏବଂ ସାମ୍ବାଦିକଙ୍କ ମଧ୍ୟରେ ହୋଇଥିଲା ଲଢ଼େଇ । ଶେଷରେ ବାଜି ମାରିଥିଲେ ଓକିଲ ବାବୁ ।