ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରରେ କଂଗ୍ରେସର ଦୁର୍ଗ ଭୁଷୁଡି ଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଦଳ ବିପଦଗାମି ହୋଇଛି । ତେବେ କଂଗ୍ରେସର ପରାଜୟ କାରଣ ବଖାଣିଛନ୍ତି ବରିଷ୍ଠ ନେତା ସୁର ରାଉତ ରାୟ । ସେ କହିଛନ୍ତି ପୁଅ ପ୍ରେମ କଂଗ୍ରେସକୁ ହରାଇଛି । ଏବଂ ଦଳର କିଛି ନେତା ଟିକେଟ ଫେରାଇବା ବିପର୍ଯ୍ୟୟର କାରଣ ହୋଇଛି । ଯେଉଁମାନେ ଟିକେଟ ଫେରାଇଲେ ସେମାନେ କଂଗ୍ରେସକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ସୁର ରାଉତ ।
ଚଳିତ ନିର୍ବାଚନ ପୂର୍ବରୁ ଦଳର ବହୁ ହେବିୱେଟ ନିଜର ସ୍ୱାର୍ଥ ପାଇଁ ଦଳ ଛାଡିଥିଲେ । ଯେଉଁମାନଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ଭାବିଥିଲା ଦଳ । ତେବେ ଏହି ସବୁ ନେତାଙ୍କ ମଧ୍ୟରେ ଅଛନ୍ତି ନବ ଦାସ,ଯୋଗେସ ସିଂହ ଏବଂ ପ୍ରକାଶ ବେହେରା । ତେବେ ଏହିସବୁ ନେତା ଗଲା ପରେ ପୁଣିଥରେ ଅଣ୍ଟା ଭିଡିଥିବା କଂଗ୍ରେସ ଭରଷା କରି ଟିକେଟ ଦେଇଥିବା ନେତା ଟିକେଟ ଫେରାଇ ଦେଇଥିଲେ ।
ପିପିଲିର ବରିଷ୍ଠ ନେତା ଦୁର୍ଯ୍ୟଧନ ଏବଂ ଖୋର୍ଦ୍ଧା ଆସନରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପୁଅ ମଧ୍ୟ ଟିକେଟ ଫେରାଇ ଦେଇଥିଲେ । ଏଭଳି ଭାବରେ ୧୨ଟି ଟିକେଟ ଫେରାଇଥିଲେ ନେତା । ଯାହାକି ଦଳକୁ ଦୁର୍ବଳ କରିଥିଲା । ଏବଂ ଲୋକଙ୍କ ମନରେ ଭାବନା ଆସିଥିଲା କଂଗ୍ରେସ ଦୁର୍ବଳ ହୋଇଛି । ଏଣୁ ଲୋକ କଂଗ୍ରେସକୁ ଭରଷା କରି ଟିକେଟ ଦେଇନଥିଲେ । ଅପରପକ୍ଷରେ କଂଗ୍ରେସ ବହୁ ହେବିୱେଟଙ୍କ ପୁଅଙ୍କୁ ମଧ୍ୟ ଟିକେଟ ଦିଆ ହୋଇଥିଲା । ସୂଚନାଯୋଗ୍ୟ,ସୁର ରାଉତରାୟ ଜଟଣୀ ଆସନରୁ ବିଜୟ ହୋଇଛନ୍ତି ।