ଲଣ୍ଡନ (ଏଟିଆର ବ୍ୟୁରୋ); ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ବିଶ୍ୱକପର ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଛି । ତେବେ ଦକ୍ଷିଣ ଆଫ୍ରିକ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି । ପଛରେ ବ୍ୟାଟିଂ କରି ବିଜୟ ହେବାର ଆଶା ରଖିଛି ଦଳ । ଦଳରେ ଅଲରାଉଣ୍ଡରମାନେ ଭଲ ଫର୍ମରେ ଅଛନ୍ତି ।
ଦଳ ବୋଲିଂରେ ମୁଖ୍ୟତଃ ଯୁବ ବୋଲର ରାବାଦାଙ୍କ ଉପରେ ଭରଷା ରଖିବ । ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । ଡୁପ୍ଳେସିଙ୍କ ଅଧିନାୟକତ୍ୱରେ ଦଳ ବିଶ୍ୱକପ ପାଇଁ ମଇଦାନକୁ ଓହ୍ଲାଉଛି । ହାସିମ ଆମଲା ଏବଂ ଡିକକଙ୍କ ବ୍ୟାଟିଂରେ ଭରଷା କରିବ ଦଳ । ଉଭୟ ପ୍ରାରମ୍ଭିକ ଦୃଢ଼ ରଖିଲେ ଦଳ ଲକ୍ଷ ସ୍ଥଳରେ ପହଁଞ୍ଚି ପାରିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଘରୋଇ ପରିବେଶରେ ଇଂଲଣ୍ଡ ଖେଳିବା ପାଇଁ ଯାଉଥିବାରୁ ଦଳର ପଲ୍ଲା ଭାରି ରହିବ ବୋଲି କ୍ରିକେଟ ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ଏବେ ଭଲ ଫର୍ମରେ ରହିଥିବାରୁ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ମର୍ଗାନଙ୍କ ଅଧିନାୟକତ୍ୱରେ ଦଳ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଦଳରେ ଅଲରାଉଣ୍ଡର ଖଚିତ ଅଛନ୍ତି । ଯାହାକି ଦଳର ଟର୍ଣ୍ଣିଂ ପଏଣ୍ଟ ହେବ । ଆଚରଙ୍କୁ ପଛରେ ଦଳରେ ସାମିଲ କରାଯାଇଛି । ସେ ନିକଟରେ ଯାଇଥିବା ଆଇପିଏଲରେ ଦମଦାର ଫର୍ମରେ ଥିଲେ ।