ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ୟାକେଜକୁ ନେଇ ପଲିଟିକ୍ସ ଗତକାଲି ବିଜେପୁର ପାଇଁ ନବୀନ ଘୋଷଣା କରିଥିବା ପ୍ୟାକେଜକୁ ନେଇ ଆରମ୍ଭ ହେଲା ରାଜନୀତି । ନବୀନ ୧ବିଜେପୁର ବିଧାନସଭା ଆସନ ଛାଡିବେ ବୋଲି ପ୍ୟାକେଜ ଘୋଷଣା କରିଥିବା ଅଭିଯୋଗ ଆଣିଲେ ନରସିଂହ ମିଶ୍ର । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ବିଜେଡି ବିଜେପି କାହାର ପଶ୍ଚିମ ଓଡିଶା ପ୍ରତି ଦରଦ ନାହିଁ । ନବୀନ ପଟ୍ଟନାୟକ ବିଜେପୁର ଛାଡିବା ପାଇଁ ଏମିତି ପ୍ୟାକେଜ ଘୋଷଣା କରିଥାଇ ପାରନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି ।
ଯାହାକୁ ନେଇ ୫ମ ପାଳିର ଆରମ୍ଭରୁ ନବୀନଙ୍କ ନାମରେ ନରସିଂହ ଆଣିଛନ୍ତି ଅଭିଯୋଗ । ସୂଚନାଯୋଗ୍ୟ ଗତକାଲି ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ । ବିଜେପୁର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୩୪ ହଜାର ପକ୍କା ଘର, ୧୧୨୦ କୋଟି ଟଙ୍କାର ୨ ଟି ମେଗା ଜଳ ପ୍ରକଳ୍ପ, ବିଜେପୁରର ସମସ୍ତଙ୍କ ଘରକୁ ୨ ବର୍ଷ ଭିତରେ ପିଇବା ପାଣି ପାଇପ, ଗାଇସିଲଟରେ ୪୮ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ,
ଗାଇସିଲଟ ତହସିଲ ଅଧୀନରେ ୩ ଟି ନୂଆ ଆରଆଇ ସର୍କଲ, ବିଜେପୁର ବ୍ଲକରେ ନୂଆ ପ୍ରାଥମିକ ସ୍ୱାସ୍ଥ୍ର୍ୟ କେନ୍ଦ୍ର, ବିଜେପୁରରେ ସରକାରୀ ଆଇଟିଆଇ, ବରପାଲି ଓ ଗାଇସିଲଟରେ ୨ ଟି ଦକ୍ଷତା ବିକାଶ କେନ୍ଦ୍ର, ୮୦ କିମି ରାସ୍ତାର ଉନ୍ନତି ପାଇଁ ୪ ଟି ପ୍ରକଳ୍ପ, ଗୋଟିଏ ବ୍ରିଜ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ସେହିଭଳି ପ୍ରତ୍ୟକ ମାସରେ ଏହି ସବୁ କାର୍ଯ୍ୟର ନିଜେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଘୋଷଣା କରିଛନ୍ତି ।