ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ନିକଟରେ ଯେଉଁଭଳି ଭାବେ ଚର୍ଚ୍ଚାରେ ଅଛନ୍ତି, ଏହାପରେ ଭାରତୀୟ ଜନା ପାର୍ଟି ତାଙ୍କ ବିରୋଧରେ ଏକ ନୂତନ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ନିକଟରେ ମାମତା ଦିଦିଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି କିଛି ବିଜେପିର ସମର୍ଥକ ଜୟ ଶ୍ରୀରାମ ନାରା ବାଜ୍ କରୁଛନ୍ତି, ଏହାପରେ ମାମତା ବାନାର୍ଜି ରାସ୍ତାରେ ତାଙ୍କ ଗାଡି ଅଟକାଇ ସେହି ଲୋକଙ୍କ ଉପରେ ନିଜର ରାଗ ସୁଝାଇଥିଲେ । ଏଭଳି କରିବା ମମତାଙ୍କ ପ୍ରଥମ ନୁହେଁ ଏହାପୂର୍ବରୁ ବି ସେ ଏଭଳି କାଣ୍ଡ କରିସାରିଛନ୍ତି । ସେଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ବିରୋଧରେ ନୂତନ ଅଭିଯାନ ଆରମ୍ଭ କରିବାର ନିଷ୍ପତି ନିଆଯାଇଛି ।
ଦିଦିଙ୍କ ବିରୋଧରେ ବିଜେପି ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ନିୟମ ଅନୁଯାୟୀ ଜୟ ଶ୍ରୀରାମ ଲେଖା ହୋଇଥିବା ୧୦ ଲକ୍ଷ କାର୍ଡ ଦିଦିଙ୍କ ପାଖକୁ ପଠାଯିବ । ମମତାଙ୍କ ବାନାର୍ଜିଙ୍କ ଉପରେ ପାଲଟାବାର୍ କରିବା ପାଇଁ ବିଜେପି ଏହି ଖାସ୍ ଉପାୟ ବାହାର କରିଛି । ସେପଟେ ପଶ୍ଚିମବଙ୍ଗର ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି କି ଆମେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ପୋଷ୍ଟ କାର୍ଡ ପଠାଇବାକୁ ନିଷ୍ପତି ନେଇଛୁ, ଯେଉଁଥିରେ ଜୟ ଶ୍ରୀ ରାମ ଲେଖା ହୋଇଛି ।
ଅର୍ଜୁନ ସିଂହ ଆହୁରୀ ମଧ୍ୟ କହିଛନ୍ତି କି ଜୟ ଶ୍ରୀରାମ ନାରା ଦେଉଥିବା ୧୦ ଜଣ ଲୋକଙ୍କୁ ମମତା ବାନାର୍ଜି ଗିରଫ କରିଛନ୍ତି । ଏହାର ଜବାବରେ ଏବେ ବିଜେପି ପକ୍ଷରୁ ମମତା ବାନାର୍ଜିଙ୍କୁ ୧୦ ଲକ୍ଷ ଜୟ ଶ୍ରୀରାମ ଲେଖା ଥିବା ପୋଷ୍ଟ କାର୍ଡ ପଠାଯିବ । ଏବେ ୧୦ ଲକ୍ଷ ଲୋକଙ୍କୁ ମମତା ବାନାର୍ଜି ଗିରଫ କରନ୍ତୁ ।