ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଙ୍କ ଝିଅଙ୍କୁ ନେଇ ହେମାନନ୍ଦଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା । ଚଳିିତ ନିର୍ବାଚନରେ ହେମାନନ୍ଦଙ୍କ ଦୁଇ ଝିଅ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ବଡ ଝିଅ ସୁନିତା ବିଶ୍ୱାଳ ବିଜେଡିରୁ ଲୋକସଭା ଆସନ ପ୍ରାର୍ଥୀ ହୋଇଥିବା ବେଳେ ସାନ ଝିଅ କଂଗ୍ରେସରୁ ସୁନ୍ଦରଗଡ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ଯାହାକୁ ନେଇ ହେମାନନ୍ଦଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି କାହ୍ନୁଚରଣ ଲେଙ୍କା । ସେ ଗଣମାଧ୍ୟମକୁ ପ୍ରତକ୍ର୍ରିୟାରେ କହିଛନ୍ତି ହେମାନନ୍ଦଙ୍କର ନିର୍ବାଚନ କମିଟି ବୈଠକ ବେଳେ ତାଙ୍କର ଦୁଇ ଝିଅଙ୍କ ପାଇଁ ବ୍ୟାକୁଳତା ଦେଖିବାକୁ ମିଳିଥିଲା ।
ତାଙ୍କର ବିଜେଡି ହାଇକମାଣ୍ଡଙ୍କ ସହିତ ଭିତିରିଆ ସମ୍ପର୍କ ରହିଛି । ଯେଉଁଥି ପାଇଁ ସେ ଝିଅକୁ ବିଜେଡିକୁ ପଠାଇଲେ । ଏମିତିକି ସେ ଭୋଟ ପ୍ରଚାର ପାଇଁ କଂଗ୍ରେସ କର୍ମୀଙ୍କୁ ବିଜେଡିକୁ ପଠାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ଲେଙ୍କା । ସେହିଭଳି ହେମାନନ୍ଦ ଆଦିବାସୀଙ୍କର ନେତା ନୁହଁନ୍ତି ବୋଲି ସେ କହିଛନ୍ତି । ସେ ନିର୍ବାଚନରେ ପ୍ରଚାର କରି ମଧ୍ୟ ତାଙ୍କ ଝିଅଙ୍କ ୁ ଜିତେଇ ପାରିଲେ ନାହିଁ ।
ସେହିଭଳି ନିର୍ବାଚନରେ କଂଗ୍ରେସରର ପରାଜୟ ସମୀକ୍ଷା ନେଇ ହୋଇଥିବା ବୈଠକକୁ ନେଇ ସେ ଏକ ରୋଚକପୂର୍ଣ୍ଣ କଥା କହିଛନ୍ତି । ଯାହା ମାହୋଲକୁ ହସର ଖୋରାକ ଯୋଗାଇଛି । ଶ୍ରୀ ଲେଙ୍କା କହିଛନ୍ତି ବୈଠକରେ ସମସ୍ତ ମୁତୁରି ଏକାଠି ହୋଇଥିଲେ ଯେଉଁମାନେ ମୁତିକି ହେଂସଟାକୁ ଓଦା କରି ଦେଇଛନ୍ତି । ମୁଁ ବହୁ ବଷଁ ହେଲା କଂଗ୍ରେସରେ ରହିଛି । ଆଗକୁ କଂଗ୍ରେସ କିଭଳି ମଜବୁତ ହେବ ସେ ନେଇ ମୁଁ ପ୍ରଚେଷ୍ଟା କରିବି ବୋଲି କହିଛନ୍ତି ଏହି ବରିଷ୍ଠ ନେତା ।