ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ କାର ବିକ୍ରେତା କମ୍ପାନୀ ମାରୁତି ସୁୁଜୁକିର ଏଥର ମଧ୍ୟ ବେପାର ମାନ୍ଦା ହୋଇଛି । ଅପ୍ରେଲ ଓ ମେ ମାସରେ କମ୍ପାନୀକୁ ଆଶାପ୍ରଦ ବ୍ୟବସାୟ କରି ପାରିନାହିଁ ତେବେ ଏହାକୁ ନେଇ ମାର୍କେଟ ଏକ୍ସପର୍ଟଙ୍କ କହିବା କଥା ଚଳିତ ମାସରେ ମଧ୍ୟ ବ୍ୟବସାୟ ମାନ୍ଦା ରହିବ ମାତ୍ର ଆଗକୁ ଧିରେ ଧିରେ ବ୍ୟବସାୟ ପୂର୍ବସ୍ଥାକୁ ଫେରିବ ବୋଲି ଆସା କରିଛନ୍ତି ମାର୍କେଟ ଏକ୍ସପର୍ଟ ।
ତେବେ ଗ୍ରାହକ ମାନଙ୍କ ପାଇଁ ମାରୁତି ସୁଜୁକି ଏଥରଳ କିଛି ଆକର୍ଷଣୀୟ ଅଫର ଆଣିଛି । ଯାହା ଗ୍ରାହକଙ୍କୁ ଦେବ ବିଶେଷ ଫାଇଦା । ମାରୁତି ଲୋକପ୍ରିୟ ଛୋଟ କାର ଅଲଟୋ ଉପରେ ୩୮,୦୦୦ ଟଙ୍କାର ରିହାତି ରହିଛି । ଏହି ଅଫର ଜୁନ ଶେଷ ପର୍ଯ୍ୟନ୍ତ ଚାଲୁରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି । ତେବେ କମ୍ପାନୀ ନୂଆ ମଡେଲ ଅଲଟୋର ବଜାର ମୂଲ୍ୟ ୨.୯୩ ଲକ୍ଷରୁ ଆରମ୍ଭ ହୋଇ ୩ ଲକ୍ଷ ୭୨ ହଜାର ପର୍ଯ୍ୟନ୍ତ ରହିଛି ।
ଯେଉଁଥିରେ ୮୦୦ ସିସିର ଇଞ୍ଜିନ ରହିଥିବା ବେଳେ ଲିଟର ପ୍ରତି ୨୨ କିଲୋମିଟର ମାଇଲେଜ ରହିଛି । ସେହିଭଳି ଅଲଟୋ କେ୧୦ର ମୂଲ୍ୟ ରହିଛି ୩.୬୫ ରୁ ୪.୪୪ ଲକ୍ଷ ପର୍ଯ୍ୟନ୍ତ । ଲିଟର ପିଛା ୨୪ କିମି ଗତି କରିବ । ଚଳିତ ମାସରେ ଏହି କାରରେ ୪୩,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । ମାରୁତି ସେରେଲିଓରେ ୪୩,୦୦୦ ଟଙ୍କା ରିହାତି ରହିଛି ।