ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଦ୍ୱିତୀୟ ପରାଜୟ ବରଣ କରିଛି ଦକ୍ଷିଣ ଆଫ୍ରିକା । ରବିବାର ବାଂଲାଦେଶଠାରୁ ହାରିଛି ଦକ୍ଷିଣ ଆଫ୍ରିକା । ଏହା ହେଉଛି ଦଳର ଦ୍ୱିତୀୟ ପରାଜୟ । ପ୍ରଥମ ମ୍ୟାଚରେ ଆୟୋଜନ ଇଂଲଣ୍ଡଠାରୁ ହାରିଥିଲା । ଗତକାଲି ବାଲାଂଦେଶଠାରୁ ୨୧ ରନରେ ପରାଜୟ ହୋଇଛି ଦଳ । ବାଲାଂଦେଶରେ ଶ୍ରେଷ୍ଠ ଅଲରାଉଣ୍ଡର ସକିବ ଅଲହାସନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ପ୍ରଦାନ କରାଯାଇଛି । ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚରେ ଭାରତକୁ ୫ ତାରିଖରେ ଭେଟିବା ପାଇଁ ଯାଉଛି ।
ଦକ୍ଷିଣ ଆଫ୍ରିକା ଟସ ହାରି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ବାଲାଂଦେଶ ନିର୍ଦ୍ଧାରିତ ଓଭର ମଧ୍ୟରେ ୬ୱିକେଟ ହରାଇ ୩୩୦ ରନ କରିଥିଲା । ପ୍ରଥମ ଇନିସରେ ସାକିବୁଲ ହାସନ୍ (୭୫ ରନ୍) ଓ ମୁସଫିକର ରହିମ (୭୮ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ ୩୩୧ ରନ୍ ଟାର୍ଗେଟ ଦେଇଥିଲା।ସ୍କୋର୍ ୬୦ ରନ୍ରେ ଟିମ୍ ନିଜର ପ୍ରଥମ ଓ୍ଵିକେଟ୍ ଭାବେ ତମିମ୍ ଇକ୍ବାଲକୁ ହରାଇଥିଲା। ବାଂଲାଦେଶର ୨ୟ ଓ୍ଵିକେଟ ବେଳକୁ ସ୍କୋର ୭୫ ରନ୍ ଥିବା ବେଳେ ୩ୟ ଓ୍ଵିକେଟ୍ ବେଳକୁ ସ୍କୋର ୨୧୭ ରନ୍ ପହଂଚିଥିଲା। ସ୍କୋର ୨୪୨ ରନ୍ରେ ୪ର୍ଥ, ୨୫୦ ରନ୍ରେ ୫ମ ଓ୍ଵିକେଟ୍ ହରାଇଥିଲା।
୩୩୧ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଧିମା ଆରମ୍ଭ କରିଥିଲେ। ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କ୍ୱିଣ୍ଟନ୍ ଡି’କକ୍ ୨୩ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର ଆଇଡେନ୍ ମର୍କରାମ ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୪୫ ରନ୍ କରି ସାକିବଙ୍କ ବଲରେ ବୋଲ୍ଡ ହୋଇଥିଲେ। ଜେପି ଡୁମିନି ଶେଷ ପର୍ୟ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ଡୁମିନି ୪୫ ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ବଲରେ ବୋଲ୍ଡ ହୋଇଥିଲେ। କାଗିସୋ ରବାଡା ୧୩ ଓ ଇମ୍ରାନ୍ ତାହିର୍ ୧୦ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ୩ଟି ଓ ମହମ୍ମଦ ସୈଫୁଦ୍ଦିନ ୨ଟି ୱିକେଟ୍ ନେଇଥିଲେ।