ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋଲାଣ୍ଡର ଜଣେ ୧୧ ବର୍ଷିୟା କୁନି ଝିଅଟି ଚିଠି ଲେଖିଛି । ଝିଅଟି ଭାରତରେ ରହିବା ପାଇଁ ମୋଦିଙ୍କୁ ପରାମର୍ଶ ମାଗିଛି । ଏଲିଜା ବାନାକ୍ତୋ ନାମକ ଏହି ଝିଅ ଏବଂ ତାର ମା’ ଦୁହେଁ ଭାରତରେ ରହିବାର ଅବଧି ଠାରୁ ଅଧିକ ସମୟ ରହିବା ଯାଗୁଁ ତାଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ସେଥିପାଇଁ ଏହି କୁନି ଝିଅଟି ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ସମ୍ବୋନ୍ଧିତ କରିଛି । ଯେଉଁଥିରେ ସେ ଭଗବାନ ଶିବଙ୍କ ପ୍ରତି ଥିପା ନିଜର ପ୍ରେମ,ନାଳନ୍ଦା ଦେବୀ ପର୍ବତ ଏବଂ ଗୋଆରେ ଗୋମାତାଙ୍କ ସେବା କରିବା କଥା ମନେ ପକାଇଛି ।
କୁନି ଝିଅ ବାନାକ୍ତୋ ଦ୍ୱାରା ଲେଖା ହୋଇଥିବା ଏହି ଚିଠିକୁ ତାଙ୍କ ମା’ ମାରଟା କୋଟଲାରସ୍କା ଟିଟ୍ୱରରେ ସେୟାର କରି ମୋଦି ଏବଂ ଜୟଶଙ୍କରଙ୍କୁ ଟ୍ୱିଟ୍ କରିଛନ୍ତି । ଏଥିରେ ଲେଖାହୋଇଛି କି , ‘ମୋର ଗୋଆର ସ୍କୁଲ ପ୍ରତି ଭଲ ପାଇବା ରହିଛି, ସୁନ୍ଦର ପ୍ରକୃତି ଏବଂ ପଶୁ ଉଦ୍ଧାର କେନ୍ଦ୍ରରେ ମୋତେ କରାଯାଇଥିବା ଭଲ୍ୟୁଣ୍ଟିୟର କଥା ମନେପଡୁଛି, ଯେଉଁଠାରେ ମୁଁ ଗାଈ ମାନଙ୍କୁ ଦେଖା ରଖା କରିବାରେ ସାହାଯ୍ୟ କରିଥିଲି । ’
the letter my daughther who is out of school due to lack of action from MHA officers has written to Honoreable Prime Minister of India for help in our case @narendramodi pic.twitter.com/PVIolpD9Ez
— Marta Kotlarska (@KotlarskaMarta) June 2, 2019
ଖବରମୁତାବକ, ବାନାକ୍ତୋର ମା’ ହେଉଛନ୍ତି ଜଣେ କଳାକାର ଏବଂ ଫଟୋଗ୍ରାଫର । ସେ ଭାରତରେ ବି୨ ଭିଜାରେ ରହୁଥିଲେ । ସେ ତାଙ୍କ ଭାରତୀୟ ଭିଜାକୁ ରିନ୍ୟୁ କରିବା ପାଇଁ ଶ୍ରୀଲଙ୍କା ଯାଇଥିଲେ, କିନ୍ତୁ ଭାରତୀୟ ଅଧିକାରୀ ତାଙ୍କୁ ମାର୍ଚ୍ଚ ୨୪ ରେ ଆଉ ଭାରତରେ ପ୍ରବେଶ କରିବାକୁ ଦେଇନଥିଲେ । ସେଥିପାଇଁ ତାଙ୍କ ଝିଅ ଏଭଳି ଚିଠି ଲେଖିଛନ୍ତି ।