ମୁମ୍ବାଇ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ରିଲିଜ୍ ହେବ ସଲମାନ୍ ଖାଁଙ୍କ ଫିଲ୍ମ ‘ଭାରତ’ । ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି ସଲମାନ୍ । ସଲମାନ୍ ଙ୍କ ଲୋକପ୍ରିୟତା ପାଇଁ ଗୋଟେ ଡାଇଲଗ୍ ରହିଛି ‘ମୈଁ ଦିଲ୍ ମେଁ ଆତା ହୁଁ, ସମଝ ମେଁ ନେହିଁ’ । ଠିକ୍ ସେହିପରି ତାଙ୍କ ଫ୍ୟାନ୍ସମାନେ ବି ପୂରା ହୃଦୟରୁ ଫିଲ୍ମ ଦେଖିଥାନ୍ତି । କିନ୍ତୁ ଏଥରକ ସଲମାନ୍ ଙ୍କ ଫ୍ୟାନ୍ସଙ୍କୁ କିଛି ନୂଆ ଦେଖିବାକୁ ମିଳିବ ।
କାରଣ ଏଥରକ ତାଙ୍କୁ ହୃଦୟ ସହିତ ମସ୍ତିସ୍କର ବି ଆବଶ୍ୟକତା ରହିଛି । ଯେଉଁ ଫିଲ୍ମ ପାଇଁ ସଲମାନ୍ ଜୋରସୋରରେ ପ୍ରମୋଶନ କରୁଛନ୍ତି ଫିଲ୍ମଟି ଦକ୍ଷୀଣ କୋରିଆ ଫିଲ୍ମ ଓଡ ଟୁ ମାୟ ଫାଦର ର ରିମେକ୍ ଅଟେ । ଏହି ଫିଲ୍ମ ୨୦୧୪ ରେ ରିଲିଜ୍ ହୋଇଥିଲା । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ୟୋନ ଜେ କ୍ୟୁଁ । କୋରିଆ ଫିଲ୍ମ ଇତିହାସରେ ‘ଓଡ ଟୁ ମାୟ ଫାଦର’ ସବୁଠାରୁ ଅଧିକ ଆୟ କରିଥିବା ଚତୁର୍ଥ ଫିଲ୍ମ । ଏହି ଫିଲ୍ମ ପାଇଁ ଏକ କୋଟି ୪୨ ଲକ୍ଷ ଟକେଟ ବିକ୍ରି ହୋଇଥିଲା ।
ବଲିଉଡରେ କୈଣସି ହଲିଉଡ ଫିଲ୍ମର ରିମେକ ହେବା ଏହା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ଫିଲ୍ମ ‘ସ୍ଲିପିଙ୍ଗ ୱିଥ ଦି ଏନମି’ ର କାହାଣୀକୁ ନେଇ ପ୍ରଥମେ ମାଧୁରୀ ଦିକ୍ଷୀତଙ୍କ ଫିଲ୍ମ ‘ୟାରାନା’ ୧୯୯୫ ରେ ପରଦାକୁ ଆସିଥିଲା ଏବଂ ଏହାପରେ ୧୯୯୬ ରେ ଆସିଲା ଜୁହି ଚାୱାଲାଙ୍କ ଫିଲ୍ମ ‘ଦରାର’ । ମାତ୍ର ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିନଥିଲା । ଏବେ ଦେଖାଯାଉ ସଲମାନ୍ ଙ୍କ ଭାରତ ଫ୍ୟାନ୍ସଙ୍କୁ କେତେ ପସନ୍ଦ ଆସୁଛି ।