୧୫ ବର୍ଷ ପିଲାକୁ ଦୂଷ୍କର୍ମ । ନାବାଳିକା ମା ହେଲା ପରେ ପଞ୍ଚାୟତ ସାଜିଲା ପରିବାର ଉପରେ ଦାଉ । ନିଆଗଲା ଅଜବ ନିଷ୍ପତି । ଗାଁ ଛାଡିବାକୁ କରାଗଲା ବାଧ୍ୟ । ଏମିତି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଧୂଲିଆ ଜିଲ୍ଲାର ଏକ ଗାଁରୁ ସାମ୍ନାକୁ ଆସିଛି । ଖବର ମୁତାବକ ଜଣେ ୧୫ ବର୍ଷିୟା ନାବାଳିକାକୁ ଗ୍ରାମର ଜଣେ ଯୁବକ ଦୂଷ୍କର୍ମ କରିଥିଲେ । ସେହି ସମୟରେ ନାବାଳିକାର ବାପା ମା ଗୁଜୁରାଟରେ ରହୁଥିଲେ । ଯାହା ଫଳରେ ତାଙ୍କ ଝିଅ ସହ ଏମିତି ହୋଇଥିବା ସେମାନେ ଜାଣି ପାରିନଥିଲେ । କଥାକୁ କୌଣସି ପ୍ରକାରେ ଚାପି ଦିଆଯାଇଥିବା ବାପା ମା ଅଭିଯୋଗ କରିଛନ୍ତି ।
ପରେ ଆଠ ମାସ ପରେ ସେମାନେ ଘରକୁ ଫେରି ଜାଣିବାକୁ ପାଆନ୍ତି ତାଙ୍କ ଝିଅ ଆଠ ମାସର ଗର୍ଭବତୀ ରହିଛି । ଘଟଣାକୁ ନେଇ ପରିବାର ଲୋକେ ହୋଇଥିଲେ ପଞ୍ଚାୟତର ଦ୍ୱାରସ୍ତ । ମାତ୍ର ପଞ୍ଚାୟତ ନେଇଥିଲା ଗୋଟିଏ ଅଜବ ନିଷ୍ପତି । ନାବାଳିକାର ଗର୍ଭପାତ କରାଇବାକୁ ପଞ୍ଚାୟତ ବାଧ୍ୟ କରିଥିଲା । ମାତ୍ର ପିଡିତାର ପିତାମାତା ତାଙ୍କ ଝିଅ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଝିଅର ଗର୍ଭପାତ କରିବେ ନାହିଁ ବୋଲି ମନା କରିବା ସହ ଏନେଇ ଥାନାରେ ଅଭିଯୁକ୍ତ ନାମରେ ଏକ ମାମଲା ଦାୟର କଲେ ।
ମାମଲା ଦାୟର ପରେ ଆହୁରି କଠିନ ନିଷ୍ପତି ନେଇଛି ପଞ୍ଚାୟତ । ପରିବାର ଉପରେ ୧୧ ହଜାର ଟଙ୍କା ଜୋରିମାନା ସହିତ ତାଙ୍କୁ ନିଆଁ ପାଣି ବାଛନ୍ଦ କରାଯାଇଛି । ଏମିତି କି ଗାଁ ଛାଡି ଚାଲିଯିବାକୁ ମଧ୍ୟ ଦିଆ ଯାଉଛି ଧମକ । ସୂଚନାଯୋଗ୍ୟ ଗତ ୩୦ ତାରିଖରେ ନବାଳିକା ଝିଅଟି ମା ହୋଇଛି । ଅଭିଯୁ୍କ୍ତ ଯୁବକ ଜଣଙ୍କ ପଞ୍ଚାୟତ ମୁଖ୍ୟଙ୍କ ସମ୍ପର୍କୀୟ ହୋଇଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି ।