ସାଉଥମ୍ପଟନ୍ (ଏଟିଆର ବ୍ୟୁରୋ); ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜିଠାରୁ ଭାରତ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରୁଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସାମନା କରିବା ପାଇଁ ଯାଉଛି ଭାରତ । ଆଜିର ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ସବୁ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ଭାରତ ଆଜି ତାର ପ୍ରଥମ ମ୍ୟାଚ ଖେଳିବା ପାଇଁ ଯାଉଛି ।
ଭାରତକୁ ପ୍ରଚୁର ରେଷ୍ଟ ମିଳିଛି ଯାହାକି ଭାରତ ପାଇଁ ସହଯୋଗୀ ହେବ । ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାରିଥିବାରୁ ଦଳର ମନୋବଳ ଏକ ପ୍ରକାର ଦୁର୍ବଳ ହୋଇଯାଇଛି । ଯାହାକି ଭାରତ ମ୍ୟାଚ ଜିତିବା ପାଇଁ ସହାୟକ ହୋଇପାରେ । କିନ୍ତୁ ଦକ୍ଷିଣ ଆଫ୍ରିକା ଭଳି ଦଳକୁ ଏତେ ଦୁର୍ବଳ ଭାବିବା ଉଚିତ ନୁହେଁ । ଦକ୍ଷିଣ ଆଫ୍ରିକାର ଦୁଇ ଦୃତ ବୋଲର ଆହତ ହେବା ଭାରତ ପାଇଁ ଲାଭ ଦାୟକ ହେବ । ଅଭିଜ୍ଞ ଡେନ ଷ୍ଟେନ ଆହତ ହେବାରୁ ସେ ବିଶ୍ୱକପରୁ ବାଦ ପଡିଛନ୍ତି । ଏବଂ ଏନଗିଡି ମଧ୍ୟ ଆହତ କାରଣରୁ ଆଜିର ମ୍ୟାଚରେ ସେ ଖେଳିବେ ନାହିଁ ।
ଭାରତ ବ୍ୟାଟିଂ ପାଇଁ ଚିନ୍ତା ସୃଷ୍ଟି କରିପାରେ । ଦୁଇଟି ଯାକ ଅଭ୍ୟାସ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଖେଳିନଥିଲେ । ଏଣୁ ଏହା ମ୍ୟାଚରେ ମଧ୍ୟ ଚିନ୍ତା ସୃଷ୍ଟି କରିପାରେ । ତେବେ ଧୋନି ଏବଂ ରାହୁଲ ଭଲ ଫର୍ମରେ ଅଛନ୍ତି । ଏଣୁ ଏମାନଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ଭାବରେ ଭରଷା ରଖିବ । ଅଧିନାୟକ କୋହଲି ମଧ୍ୟ ଭଲ ଫର୍ମରେ ଅଛନ୍ତି ।