ଆନ୍ଧ୍ରପ୍ରଦେଶ ( ଏଟିଆର ବ୍ୟୁରୋ): ମଣିଷ ମଣିଷକୁ ସାହାର୍ଯ୍ୟ କରିବାକୁ ହେଲେ ସେଥିପାଇଁ କିଛି ନିର୍ଦ୍ଧିଷ୍ଟ ସମୟ ନଥାଏ । ସାହାର୍ଯ୍ୟ କରିବାର ମନବୃତ୍ତି ଥିଲେ କାହାକୁ କେତେବେଳେ ସାହାର୍ଯ୍ୟର ହାତ ବଢାଇ ପାରିବ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଳଟିଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି । ବିଶାଖାପାଟଣମ ଏୟାରପୋର୍ଟରେ ୩୦ ଜଣ ସାଙ୍ଗ ସେମାନଙ୍କ କ୍ୟାନସର ରୋଗରେ ପୀଡିତ ସାଙ୍ଗ ପାଇଁ ଅର୍ଥ ସାହାର୍ଯ୍ୟ ମାଗୁଥିବା ବେଳେ ସେଇ ରାସ୍ତା ଦେଇ ଯାଉଥିଲେ ଜଗନ ।
ଜଗନଙ୍କ ନଜରରେ ଏହା ପଡିବା ପରେ ଜଗନ ନିଜେ ସେମାନଙ୍କ ପାଖକୁ ଯାଇ ସାହର୍ଯ୍ୟର ହାତ ବଢାଇଛନ୍ତି । ସୂଚନା ଅନୁସାରେ ବିଶାଖା ପାଟଣମ ଅଞ୍ଚଳର ୧୫ ବର୍ଷର ନିରଜ ନାମକ ଏକ ଯୁବକ ମାରାତ୍ମକ କ୍ୟାନସର ରୋଗର ଶୀକାର ହୋଇଛି । ପିଲାଟିର ପରିବାର ଗରିବ ହୋଇଥିବାରୁ ତାର ବାପା ମା ପୁୁଅର ଚକିତ୍ସା ପାଇଁ ଅର୍ଥ ଯୋଗାଡ କରି ପାରୁ ନାହାନ୍ତି ।
ଯେଉଁଥି ପାଇଁ ସାଙ୍ଗର ଚିକିତ୍ସା ପାଇଁ ଅଣ୍ଟା ଭିଡିଛନ୍ତି ୩୦ ଜଣ ସାଙ୍ଗ । ହାତରେ ଫ୍ଲାଗକାର୍ଡ ଧରି ଅର୍ଥ ସଂଗ୍ରହ କରୁଥିବା ବେଳେ ଜଗନଙ୍କ ନଜରକୁ ଆସିଥିଲେ ଏମାନେ । ପରେ ଜଗନ ନିଜ ତରଫରୁ ନିରଜର ଚକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଜିଲ୍ଲାପାଳ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିରଜର ପରିବାରକୁ ଯଥା ସମ୍ଭବ ସାହାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ନିରଜକୁ ବର୍ତ୍ତମାନ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।