ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନବୀନ ପଞ୍ଚମ ପାଳି ଭାବେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆସନ୍ତା ୮ ତାରିଖରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ସୂତ୍ରରୁ ସୂଚନା ମିଳିଛି । ଏଥର ଦିଲ୍ଲୀ ଗସ୍ତେରେ ନବୀନ ୨ୟ ଥର ପାଇଁ ବହୁମତରେ ବିଜୟ ହୋଇଥିବାରୁ ନବୀନ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୈଜନ୍ୟମୂଳକ ସାକ୍ଷାତ କରିବେ । ଏହି ଅବସରରେ ନବୀନ ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇଥିବା ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ସୂଚନା ମିଳିଛି । ତେବେ ଏନେଇ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଧ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ବିଜେଡି ରାଜ୍ୟରେ ବହୁମତରେ ବିଜୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ । ସେହିଭଳି ନବୀନ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନ ଅକ୍ଟୋବର ମାସରେ ରାଜ୍ୟରେ ଲାଗୁ ହେବା ପାଇଁ ମାର୍ଗ ପ୍ରସ୍ତୁତ ହେଉଛି । ଏହିଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲି ଫୋନରେ ଆଲୋଚନା କରିଛନ୍ତି । ଚିଠି ମାଧ୍ୟମରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟରେ ଆୟୁଷ୍ମାନ ଯୋଜଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ ହେବ ।