ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ଆଡମିସନ ପାଇଁ ଅନଲାଇନ ଆବେଦନ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ଜୁିନ ୨୦ ତାରିଖ । ସୂଚନାଯୋଗ୍ୟ କଳା , ବିଜ୍ଞାନ ଓ ବାଣିଝ୍ୟ ସମେତ ସେଲ୍ପ ଫାଇନାନଓ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମଧ୍ୟ ଆବେଦନ ଗ୍ରହଣ କରାଯିବ ।
ଏଥି ନିମନ୍ତେ ଛାତ୍ରଛାତ୍ରୀ ‘ www.samodisha.gov.in’ ରେ ଆବେଦନ କରିପାରିବେ । ଜୁନ ୨୧ ତାରଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କ ସିଏଏଫ କପି ନୋଡାଲ ସେଣ୍ଟରରେ ଦାଖଲ କରିପାରିବେ । ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସିଏଫଏଫର ପ୍ରିଣ୍ଟ କପି ନୋଡାଲ ସେଣ୍ଟର ବା ସାମ୍ସ ସେଣ୍ଟରରେ ଦାଖଲ କରିପାରିବେ । ୨୬ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ବାହାରିବ । ପ୍ରଥମ ପର୍ଯ୍ୟାୟରେ କିଏ କେଉଁ କଲେଜରେ ନାମ ଲେଖାଇବେ ତାହା ଜଣାପଡିବ ।
ପ୍ରଥମ ପର୍ଯ୍ୟାୟ ପାଇଁ ୨୮ ତାରିଖରୁ ୨ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ସେହିଭଳି ଜୁଲାଇ ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ । ୨ୟ ପର୍ଯ୍ୟାୟ ନାମ ଲେଖା ଜୁଲାଇ ୯ ରୁ ୧୨ ତାରିଖ ମଧ୍ୟରେ ହେବ । ଜୁଲାଇ ୧୮ ରେ ସ୍ପଟ ଆଡମିସନ ପାଇଁ ପଞ୍ଜିକରଣ ହେବ । ଜୁଲାଇ ୨୦ ରୁ ୨୨ ସ୍ପଟ ଆଡମିସନ ହେବ । ଜୁଲାଇ ୨୪ ରେ ପ୍ରଥମ ବର୍ଷ ପାଇଁ ପାଠ ପଢା ଆରମ୍ଭ ହେବ ।