ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁବେଳେ ସମାଜର ମଙ୍ଗଳ ପାଇଁ କିଛି ନୂଆ କରିବା ପାଇଁ ଅଣ୍ଟା ଭିଡୁଥିବା ଭୁବନେଶ୍ୱର ସାଂସଦ ଏବେ ପୁଣି ନୂଆ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ରୋପଣ କରିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜଧାନୀବାସୀ ମତେ ଯେତିକି ଭୋଟ ଦେଇଛନ୍ତି ମୁଁ ତା ଠାରୁ ୃଅଧିକ ଗଛ ଲଗାଇବି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ବାତ୍ୟା ଫୋନିରେ ସବୁଜିମା ରାଜଧାନୀ ଏକ ପ୍ରକାର ଧ୍ୱସଂ ହୋଇଯାଇଛି । ଭୁବନେଶ୍ୱରକୁ ପୁଣି ଥରେ ସବୁଜିମାରେ ଭରିଦେବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ଗଛ ଲଗାଇବା ସହିତ ଗଛର ଦାୟିତ୍ୱ ନେବାକୁ ସେ କହିଛନ୍ତି । ସୂଚନା ଯୋଗ୍ୟ ଶ୍ରୀମତୀ ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ସାଂସଦ ହେବା ପରେ ଭୁବନେଶ୍ୱରର ଉନ୍ନତି ପାଇଁ ସବୁ ଦଳର ବିଧାୟକଙ୍କ ସହଯୋଗ ନେଇ କାମ କରିବେ ବୋଲି ମଧ୍ୟ କହିଥିଲେ ।
ଗତ ଦୁଇଦିନ ତଳେ ସେ ସାଂସଦ ହେବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ମଧ୍ୟ କରିଛନ୍ତି । ଗଛ ଆମ ଜୀବନ ସ୍ଲୋଗାନ ଦେଇ ସାଂସଦ ଅପରାଜିତା ଷଡଙ୍ଗୀ ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ରୋପଣ ସମେତ ମିଳିମିଶି ଗଛର ଦାୟିତ୍ୱ ନେବାକୁ ସେ ନିବେଦନ କରିଛନ୍ତି । ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୯ କୋଟି ଗଛ ଲଗାଇବା ପାଇଁ ବନ ବିଭାଗ ନିଷ୍ପତ୍ତି ହୋଇଛି