ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାର ପୁର୍ନବାର ସତ୍ତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଆଠଟି ନୂତନ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି । ଏହି ସମସ୍ତ କମିଟିରେ ଗୃହମନ୍ତ୍ରୀ ଅମତ୍ ଶାହା ରହିଛନ୍ତି ।
ମାତ୍ର ରାଜନୀତି ଏବଂ ସଂସଦରେ ପ୍ରମୁଖ ରୂପ ଦିଆଯାଉଥିବା ରାଜନାଥ ସିଂହଙ୍କୁ ଏହି ସମସ୍ତ କମିଟ୍ ରେ ସାମିଲ କରାଯାଇ ନାହିଁ । ସରକାରଙ୍କ ଏହି ନିଷ୍ପତି ଉପରେ ସିଧା ସ୍ପଷ୍ଟ ହେଉଛି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଅମିତ୍ ଶାହାଙ୍କର ପ୍ରମୁଖ ଦାୟିତ୍ୱ ରହିଛି । ଏବେ କମିଟିରେ ପ୍ରମୁଖ ନିତିଗତ ଉପରେ ନିଷ୍ପତି ନିଆଯାଉଛି । ହୁଏତ ରାଜନାଥ ସିଂହଙ୍କୁ ସୁରକ୍ଷା ଏବଂ ଆର୍ଥିକ ମାମଲାର କମିଟିରେ ସ୍ଥାନ ମିଳିଛି ।
ସେପଟେ ରାଜନୈତିକ ମାମଲାର କମିଟିରେ ମୋଦି ଏବଂ ଶାହା ଙ୍କ ବ୍ୟତିତ ନୀତିନ ଗଡକରୀ, ନିର୍ମଳା ସୀତାରମଣ,ରାମବିଳାସ ପାଶୱାନ,ନରେନ୍ଦ୍ର ସିଂହ ତୋମର, ରବି ଶଙ୍କର ପ୍ରସାଦ. ହରସିମରତ କୌର ବାଦଲ, ହର୍ଷବର୍ଦ୍ଧନ ଏବଂ ପିୟୁଷ ଗୋୟଲଙ୍କୁ ସାମିଲ କରାଯାଇଛି ।
ଏହାସହିତ ସଂସଦୀୟ ମାମଲା କମିଟିରେ ଅମିତ୍ ଶାହା, ନିର୍ମଳା ସୀତାରମଣ, ରାମବିଳାସ ପାଶୱାନ, ନରେନ୍ଦ୍ର ସିଂହ ତୋମର, ରବିଶଙ୍କର ପ୍ରସାଦ, ଥାବରଚନ୍ଦ ଗହଲୋତ, ପ୍ରକାଶ ଜାଭେଦକର ଏବଂ ପ୍ରହାଦ ଯୋଶୀ ସାମିଲ ଅଛନ୍ତି । ସେପଟେ ଆଠଟି କମିଟି ମଧ୍ୟରୁ ଛଅଟିରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି ।