ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଲୋକସଭା ବାଚସ୍ପତି ଓ ଉପବାଚସ୍ପତି ରେସରେ ଓଡିଶାର ଦୁଇଜଣ ବରିଷ୍ଠ ସାଂସଦଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ନାମ ବାଚସ୍ପତି ରେସରେ ରହିିଥିବା ବେଳେ ଭତ୍ତୃହରି ମହତାବଙ୍କ ନାମ ଉପବାଚସ୍ପତି ରେସରେ ରହିଛି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଚଳିତ ଥର ମୋଦି ସଂସଦର ବରିଷ୍ଠ ନେତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଆସନ ଦେଇ ପାରନ୍ତି । ବିଜେପିକୁ କେନ୍ଦ୍ରରେ ବହୁମତ ମିଳିଥିବାରୁ ବିଜେପି ହିଁ ଲୋକସଭାରେ ବାଚସ୍ପତି ଏବଂ ଉପବାଚସ୍ପତି ବାଛିବ ।
ଏହି ପରିପେକ୍ଷିରେ ଜୁଏଲ ଓରାମ ଓ ଭର୍ତ୍ତୃହରି ମହାତାବଙ୍କ ନାମ ସାମ୍ନାକୁ ଆସିଛି । ଯାହାକୁ ଏବେ ବିରୋଧ କରୁଛି ଶିବସେନା ଭତ୍ତୃହରି ମହାତାବ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିବାରୁ ତାଙ୍କୁ କେଉଁ ଆଧାରରେ ଉପବାଚସ୍ପତି କରାଯିବ ବୋଲି ସିଧା ପ୍ରଶ୍ନ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଏହି ଆସନଟି ପାଇଁ କେବଳ ଶିବସେନା ପ୍ରମୁଖ ଦାବିଦାର ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଓଡିଶାରେ ବିଜେପି ଓ ବିଜେଡି ପ୍ରତିଦ୍ୱନ୍ଦିତା କରୁଥିଲେ । ସୂଚନାଯୋଗ୍ୟ ଶିବସେନା ଏନଡିଏ ସମର୍ଥିତ ଦଳ । ଚଳିତ ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିକୁ ୨୨ ଟି ଆସନ ମିଳିଥିବା ବେଳେ ଶିବସେନାକୁ ମିଳିଥିଲା ୧୮ ଟି ଆସନ ଓ କଂଗ୍ରେସକୁ ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଏବେ ମୋଦି ଓ ନବୀଙ୍କ ସମ୍ପର୍କ ଭଲ ଥିବାରୁ ଭର୍ତ୍ତୃହରି ମହତାବ ଉପବାଚସ୍ପତି ହେବା ଆଶଙ୍କା ଅଧିକ ରହିଛି ।