ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ) ଆତଙ୍କବାଦ ନିପାତ ପାଇଁ ଆକ୍ସନମୁଡରେ ସେନା । ୧୨ ଘଣ୍ଟାର ସର୍ଚ୍ଚ ଅପରେସନ ରେ ୪ ଜଣ ଆତଙ୍କବାଦି ନିପାତ । ଜମ୍ମୁକାଶଶ୍ମୀର ପୁଲୱାମା ଜିଲ୍ଲାରେ ଲସିପୋରା ଜଙ୍ଗଲରେ ଆତଙ୍କବାଦୀ ଲୁଚିରହିଥିବା ବିସ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ ଅପରେସନ ଗୃପର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ଅପରେସନ । ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି ।
ଏକ ବଡ ଅଘଟଣ ଘଟାଇବାକୁ ଲୁଚି ରହିଥିବା ୪ ଆତଙ୍କବାଦିଙ୍କୁ ସୁରକ୍ଷା କର୍ମୀ ଏନକାଉଣ୍ଟର କରିଛନ୍ତି । ଘଟଣା ସ୍ଥଳରୁ ଏକେ ୪୭ ବନ୍ଧୁକ ଜବତ ହୋଇଛି । ତେବେ ଏହି ଚାରିଜଣ ଆତଙ୍କବାଦୀ କେଉଁ ସଂଗଠନର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆତଙ୍କବାଦୀ ମାନେ କେଉଁ ସଂଗଠନର ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଆତଙ୍କବାଦ ନିପାତ ପାଇଁ ସରକାର ପ୍ରଥମ ଦିନରୁ ହିଁ ଆକ୍ସନ ମୁଡରେ ରହିଛନ୍ତି । ଟପଟେନ ଆତଙ୍କବାଦୀଙ୍କ ଲିଷ୍ଟ ମଧ୍ୟ ପ୍ରକାଶ ପାଇ ସାରିଛି । ଗତ ୫ ତାରିଖ ଇଦ ଦିନ ଜମ୍ମୁକାଶ୍ମୀର ପୁଲୱାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିଲେ । ଅନ୍ୟପକ୍ଷେ ଆତଙ୍କବାଦ ନିପାତ ପାଇଁ ଭାରତ ୧୦୦ ଟି ବାଲାକୋଟ ବୋମା ( ଫେବୃଆରୀ ୨୬ ରେ ବ୍ୟବହାର ହୋଇଥିଲା ) କିଣିବା ପାଇଁ ଇସ୍ରାଏଲ ସହ ଡିଲ ହୋଇଛି ।