ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁର୍ନବାର ବିଜେପି ସରକାର ସତ୍ତାକୁ ଆସିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଦେଶ ଗସ୍ତରେ ମାଲଦୀପ ଯାଉଛନ୍ତି । ଯାତ୍ର ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଖୁସି ଖବର ସାମ୍ନକୁ ଆସିଛି । ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦୀନ’ ରେ ସମ୍ମାନୀତ କରାଯିବ ବୋଲି ମାଳଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲା ଶାହିଦ ଘୋଷଣା କରିଛନ୍ତି । ଏହା ବିଦେଶୀ ଗଣମାନ୍ୟ ବ୍ୟକ୍ତିଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ସେପଟେ ମାଳଦୀପ ର ବିଦେଶମନ୍ତ୍ରୀ କହିଛନ୍ତି କି , ‘ଆଜି ପ୍ରଧାନମନ୍ତ୍ରୀ ଯାତ୍ରାଙ୍କ ଅବସରରେ ତାଙ୍କୁ ନିଶାନ ଇଜୁଦୀନ ସମ୍ମାନିତ କରାଯିବ ।’
ଏହି ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିବାର ନିଷ୍ପତି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ ମୋହମ୍ମଦ କରିଛନ୍ତି । ଦୁଇ ଦିନଆ ଗସ୍ତରେ ପ୍ରଧାନମନ୍ତ୍ରୀ ମାଳଦୀପ ଯିବେ । ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନତ କରାଯିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଏବଂ ମାଳଦୀପ ମଧ୍ୟରେ ଥିବା ବନ୍ଧୁତାର ଦୃଢତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ । ଏହାପୂର୍ବରୁ ସାଉଦିଆରବ ଏବଂ ଋଷ ପକ୍ଷରୁ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି ।
ସାଉଦିଆରବ ପକ୍ଷରୁ ମୋଦିଙ୍କୁ ଅପ୍ରିଲ ମାସରେ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି କିଙ୍ଗ ଅବଦୁଲଅଜୀଜ ସାଶ’ ରେ ସମ୍ମାନି କରାଯାଇଥିଲା । ସେହିପରି ୧୨ ଅପ୍ରିଲରେ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ସେଂଟ ଏଣ୍ଡ୍ରୁୟୁ ଦି ଏପୋଷ୍ଟଲ’ ରେ ସମ୍ମାନି କରାଯାଇଥିଲା ।