କୋଲକାତା ( ଏଟିଆର ବ୍ୟୁରୋ) : ନର୍ବାଚନ ଫଳାଫଳ ବାହାରିବା ୧୫ ଦିନରୁ ଅଧିକ ହୋଇଗଲାଣି । ହେଲେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ପ୍ରତିଦିନ ମରଣର ରୂପ ନେଉଛି । ପ୍ରତ୍ୟକ ଦିନ ଏହି ଦୁଇ ଦଳର କୌଣସ ନାଁ କୌଣସି କର୍ମୀଙ୍କୁ ହତ୍ୟା କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଯାହା ଏବେ ପଶ୍ଚିମବଙ୍ଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଗତକାଲି ଉତ୍ତରପ୍ରଦେଶର ୨୪ ପରଗଣା ଭାଟପାଡାରେ ୨ ଜଣ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିବା ବେଳେ ହାୱଡାରେ ଜଣେ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ସୂଚନାଅନୁସାରେ ଉତ୍ତର ୨୪ ପରଗଣାରେ ରାତି ସାଢେ ଦଶଟା ସମୟରେ ସଲିମ ନାମକ ଜଣେ ଟିଏମସି କର୍ମୀ ନିଜ ପରିବାର ସହିତ ଘର ବାହାରେ ବସିଥିବା ବେଳେ ତାଙ୍କ ଉପରକୁ ବୋମା ମାଡ କରାଯାଇଥିଲା । ଘଟଣାସ୍ଥଳରେ ସଲିମ ଏବଂ ଆଉଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ ।
ସେହିଭଳି ହାୱଡାରେ ବିଜେପି କର୍ମୀଙ୍କ ହତ୍ୟା ନେଇ ତାଙ୍କ ପରିବାର ଲୋକ କହିଛନ୍ତି ସମାତୁଲ ଦୋଲଇ ଗତକାଲି ସକାଳେ ତାଙ୍କ ସାଇକେଲ ଦୋକାନ ଖୋଲିବାକୁ ଯାଇଥିଲେ । ମାତ୍ର ସେ ସେ ସାଇକେଲ ଦୋକାନରେ ପହଞ୍ଚି ନଥିଲେ । ପରେ ତାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା ।ସମାତୁଲ ବିଜେପି କର୍ମୀ ହୋଇଥିବାରୁ ତାଙ୍କୁ ଟିଏମସି ଲୋକ ମାରିଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।