ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁର ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଏବଂ ହାତ୍ୟାକାଣ୍ଡ ମାମଲାରେ ସୋମବାର ଫଳାଫଳ ଆସିବା ପରେ ଦେଶରେ ମାହୋଲ ପୂରା ସରଗରମ ହୋଇପଡିଛି । ଏହି ମାମଲାରେ ୭ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପଠାନକୋଟର ବିଶେଷ ଅଦାଲତରେ ସାଂଝୀ ରାମ, ପରବେଶ ଦୋଶୀ ଏବଂ ଦୀପକ ଖଜୁରୀଆକୁ ଆଜୀବନୀ କାରାଦଣ୍ଡ ପାଇଁ ଶୁଣାଣି ହୋଇଛି । ସେହିପରି ହେଡ କନେଷ୍ଟବଳ ତିଲକରାଜ,ଆସିଷ୍ଟାଣ୍ଟସବ୍ ଇନ୍ସପେକ୍ଟର ଆନନ୍ଦ ଦତ୍ତା ଏବଂ ସ୍ପେଶାଲ ପୋଲିସ ଅଫିସର ସୁରେନ୍ଦ୍ର ବର୍ମାଙ୍କୁ ୫ ବର୍ଷ ପାଇଁ ଜେଲ ଏବଂ ୫୦ ହଜାର ଟଙ୍କାର ଜୋରିମନା ପାଇଁ କୁହାଯାଇଛି । ଏହି ମାମଲାର ନିଷ୍ପତି ଆସିବା ପରେ ବିଜେପି ସରକାର ଉପରେ ଜବରଦସ୍ତ ହମଲା କରିଛନ୍ତି ଏଆଇଏମଆଇଏମର ନେତା ଏବଂ ହାଇଦ୍ରାବାଦ ଲୋକସଭା ସିଟ୍ ରୁ ସାଂସଦ ଅସଦୁଦିନ ଔବାସୀ ।
ଏହି ମାମଲାରେ ବିଜେପିକୁ ହମଲା କରି ଅସଦୁଦିନ କହିଛନ୍ତି କି, ‘ନ୍ୟାୟ ହେଲା, ଗୋଟେ ବର୍ଷରୁ ଅଧିକ ସମୟ ଲାଗିଲା, କିନ୍ତୁ ଶେଷରେ ନ୍ୟାୟ ମିଳିଲା । ଏହାକୁ ନେଇ ବିଜେପି ନେତାଙ୍କୁ ଆକ୍ଷେପ କରାଯିବା ଉଚିତ୍, ଯେଉଁମାନେ ସେହି ମାମଲାରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ବଞ୍ଚାଇବାରେ ଚେଷ୍ଟା କରିଛନ୍ତି ଏବଂ ନିଜର ଘଟିଆ ବିଚାରକୁ ରକ୍ଷା କରିବା ପାଇଁ ତ୍ରିରଙ୍ଗାର ବ୍ୟବହାର କରିଛନ୍ତି । ଆଜି ବିଜେପିକୁ ଜବାବ ଦେବା ଉଚିତ୍ କି କ’ଣ ତାଙ୍କ ମନ୍ତ୍ରୀମାନେ ସେହି ଅଭିଯୁକ୍ତଙ୍କ ସମର୍ଥନରେ ବାହାରିଛନ୍ତି । ଅଭିଯୁକ୍ତ ଜାଣିକି ସେ ଯିଏ ହେଉ ନା କାହିଁକି ଅପରାଧ କରିଛି ମାନେ ଦଣ୍ଡ ମିଳିବା ଉଚିତ୍ । ଏହିଭଳି ଭାବେ ଯେତେ ବି ମାମଲା ରହିଛି,ତାକୁ ଧର୍ମ ସହିତ ଯୋଡା ଯିବା ଉଚିତ୍ ନୁହେଁ ।’
ଖବରମୁତାବକ, ଦେଶକୁ ଦୋହଲେଇ ଦେଇଥିବା କଠୁଆ ଗଣଦୁର୍ଷ୍କମ ମାମଲାରେ ସୋମବାର ଶୁଣାଣି ହୋଇଛି । ଏଥିରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗତବର୍ଷ ଜାନୁଆରୀ ୧୦ ରେ ଜଣେ ୧୦ ବର୍ଷର କୁନି ଝିଅକୁ ଅପହରଣ କରାଯାଇଥିଲା । ଏହାସହିତ ଲଗାତର ଭାବେ ଚାରି ଦିନ କାଳ ସେହି ଝିଅ ସହିତ ଗଣଦୁର୍ଷ୍କମ କରାଯିବା ପରେ ତାକୁ ମାରି ଦିଆଯାଇଥିଲା ।