ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଇ କିଛି ଦିନ ତଳେ ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିଥିବା ବେଳେ ପୁଣି ଏକ ତୋଫାନ ମାଡି ଆସୁଛି । ଆଜ୍ଞା ହଁ ଆସନ୍ତା କାଲି ଚକ୍ରବର୍ତ୍ତି ତୋଫାନ ‘ବାୟୁ’ ଗୁଜୁରାଟ ଛୁଇଁବ ବୋଲି ଆଶଙ୍କା ରହିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗମ୍ଭୀର ରୂପ ନେଇପାରେ । ସେପଟେ ଦ୍ୱାରକା , ସୋମନାଥ, ସାସନ ଏବଂ କଛ ବୁଲିବାକୁ ଆସିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଦକ୍ଷିଣ ଗୁଜୁରାଟରେ ହାଇ ଆଲର୍ଟ ଜାରି ଜାରି କରାଯାଇଛି । ଉପକୂଳବର୍ତ୍ତି ଅଞ୍ଚଳରେ ଏନଡିଆରଏଫ୍ ଟିମ୍ କୁ ନିୟୋଜିତ କରାଯାଇଛି । ଏହାସହିତ ସେନା ମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଛି । ଇତି ମଧ୍ୟରେ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେନା ଏବଂ ଏନଡିଆରଏଫ୍ ଟିମ୍ ଅଣ୍ଟା ଭିଡି ସାରିଲେଣି ।
ମୁମ୍ବାଇ ସ୍ଥିତ ରିଜନାଲ ଫୋରକାଷ୍ଟିଂ ସେଂଟରର ନିର୍ଦ୍ଦେଶକଙ୍କ କହିବନୁଯାୟୀ, ମୁମ୍ବାଇରେ ଅଧିକ ପ୍ରଭାବ ପକାଇବ ନାହିଁ ଚକ୍ରବର୍ତ୍ତି ତୋଫାନ ‘ବାୟୁ’ । ସହରରେ ସାମାନ୍ୟ ବର୍ଷା ହେବା ସହ ପବନର ବେଗ ବଢିପାରେ ।
ସେହିପରି ପାଣିପାଗ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ଉତ୍ତର ମୁହାଁ ଆଡକୁ ବାୟୁର ବେଗ ବଢି ଚାଲିଛି । ଗୁରୁବାର ସକାଳେ ପୋରବନ୍ଦର ଏବଂ କଛ ପହଁଚିପାରେ । ଏଥିରେ ଘଣ୍ଟା ପ୍ରତି ପବନ ୧୧୫ ରୁ ୧୩୦ କିଲୋମିଟର ବେଗରେ ବୋହି ପାରେ । ଏହାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଏବଂ କଛର ଉପକୂଳବର୍ତ୍ତି ଅଞ୍ଚଳରେ ଜୁନ୍ ୧୩ ଏବଂ ୧୪ ରେ ପ୍ରବଳ ବର୍ଷା ହେବାର ଆଶଙ୍କ ରହିଛି ।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କହିଛନ୍ତି କି ଉପକୂଳବର୍ତ୍ତି ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇ ପାରିବ । ତିନି ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରିବା ପାଇଁ ସରକାର ଲାଗିପଡିଛନ୍ତି ।