ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାର ଅଲବାମା ରାଜ୍ୟରେ ନାବାଳିକାଙ୍କ ଉପରେ ପାଶବିକ ଅତ୍ୟାଚାର ବଢୁଥିବାରୁ ସେଠାରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି । ନାବାଳିକାଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ଦଣ୍ଡକୁ କଠିନରୁ ଅଧିକ କଠୋର କରାଯାଇଛି । ନାବାଳିକାକୁ ଦୂଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଭିଯୁକ୍ତକୁ ନପୁଂସକ କରି ଦିଆଯିବ । ୧୩ ବର୍ଷରୁ କମ ବୟସର ଝିଅଙ୍କ ସହିତ ଦୂଷ୍କର୍ମ କଲେ ଦୋଷୀକୁ ନପୁଂସକ ଇଞ୍ଜେକ୍ସନ ଦିଆଯାଇ ନପୁଂସକ କରି ଦିଆଯିବା ପାଇଁ ଆଇନ ହୋଇଛି ।
ଦାବି କରାଯାଉଛି କି ଏଭଳି କଠୋର ଆଇନ ପ୍ରଚଳନ କରିବାରେ ଶାରା ବିଶ୍ୱରେ ଆମେରିକା ପ୍ରଥମ । ଗତ ସୋମବାର ଏହି ବିଧେୟକକୁ ଅଲବାମା ଗଭର୍ଣ୍ଣର ଅନୁମତି ଦେଇଛନ୍ତି । ସେ ଉକ୍ତ ବିଧେୟକରେ ଦସ୍ତଖତ କରି କହିଛନ୍ତି କି କଠୋର ଅପରାଧର ଦଣ୍ଡବି କଠୋରରୁ କଠୋର ହେବା ଦରକାର । ଯାହା ଦ୍ୱାରା ଅପରାଧୀର ମନରେ ଭୟ ରହିବ ।
ସୂଚନା ଅନୁସାରେ ଏହି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁ୍କ୍ତକୁ ପାରୋଲରେ ଆସିବାକୁ ଥିବା ଗୋଟିଏ ମାସ ପୂର୍ବରୁ ନପୁଷକ ଇଞ୍ଜେକ୍ସନ ଦେଇ ନପୁଂସକ କରାଯିବା ପରେ ବାହାରକୁ ଛଡାଯିବ । ଦିଆଯାଉଥିବା ଏହି ଇଞ୍ଜେକ୍ସନ ଶରୀର ଉପରେ ପ୍ରୟୋଗ ହେଲେ ପୁରୁଷର ହରମନ କ୍ଷରଣ ବନ୍ଦ ହେବା ସହିତ ଉତ୍ତେଜକ ଶକ୍ତି ନଷ୍ଟ ହୋଇଥାଏ । ଯାହା ଦ୍ୱାରା ଅଭିଯୁକ୍ତ ନପୁଂସକ ହୋଇଯାଏ । ସେହିଭଳି ଦିଆଯାଉଥିବା ଇଞ୍ଜେକ୍ସନର ସମସ୍ତ ଖର୍ଚ୍ଚ ନିଜେ ଅଭିଯୁ୍କ୍ତ ବହନ କରିବ ।