ବିହାର( ଏଟିଆର ବ୍ୟୁରୋ): ବର୍ଷିୟାନ ଅଭିନେତା ଅମିତାଭ ବଚ୍ଚନ ସବୁବେଳେ ତାଙ୍କର କିଛି ନିଆରା ପଦକ୍ଷେପ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସବୁଠୁ ବଡକଥା ହେଲା କୃଷକଙ୍କ ପାଇଁ ବିଗବି ଅଧିକ ଚିନ୍ତାରେ ରହିଥାନ୍ତି । କୃଷକ ମାନଙ୍କ ସୁବିଧା ଅସୁବିଧାରେ ସେ ସବୁବେଳେ ନିଜକୁ ସାମିଲ କରିଥାନ୍ତି । ଏଇ ନିକଟରେ ଅମିତାଭ ବିହାରର ଦୁଇ ହଜାରରୁ ଅଧିକ କୃଷକଙ୍କ ବ୍ୟାଙ୍କ ଋଣ ପରିଶେ।ଧ କରି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ।
ସୂଚନାଯୋଗ୍ୟ ବିହାରରେ ଥିବା ତାଙ୍କ ନିକଟତର ଲୋକଙ୍କ ଠାରୁ ଅମିତାଭ ଏ ନେଇ ଖବର ପାଇବା ପରେ ସେ ନିଜ ପକ୍ଷରୁ ସହଯୋଗର ହାତ ବଢାଇଥିଲେ । ଅମିତାଭଙ୍କ ଏହା ପ୍ରଥମ ପଦକ୍ଷେପ ନୁହେଁ ଗତ କିଛି ବର୍ଷ ତଳେ ଅମିତାଭ ଉତ୍ତରପ୍ରଦେଶରେ ୧୦୦୦ରୁ ଅଧିକ କୃଷକଙ୍କର ବ୍ୟାଙ୍କ ଋଣ ପରିଶେ।ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମିତାଭଙ୍କ ତାଙ୍କ ସହିତ ତାଙ୍କ ପୁତ୍ର ଅଭିଶେକ ବଚ୍ଚନ ଓ ଝିଅ ସ୍ୱେତା ମଧ୍ୟ ଉପସ୍ଥିତ ରହିଥିଲେ ।
ଯାହାର କିଛି ଫଟୋ ଅମିତାଭ ବ୍ଲଗରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି ସେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସୈନିକଙ୍କ ପରିବାର ଏବଂ ତାଙ୍କ ପତ୍ନୀଙ୍କୁ ସହାୟତା ପ୍ରଦାନ କରିବେ । ଫଟୋରେ ଅମିତାଭ ଅଭିଶେକ ଝିଅ ସ୍ୱେତା କୃଷକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତର ଫଟୋ ନେଇଛନ୍ତି । ଅମିତାଭଙ୍କ ଏଭଳି ପଦକ୍ଷେପକୁ ନେଇ ସବୁ ମହଲରୁ ପ୍ରଶଂସା କରାଯାଇଛି ।