ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ହେଉଛି ଗଣ ପର୍ବ ରଜ । ଦିଲ୍ଲୀରୁ ପଲ୍ଲୀ ସବୁଠି ହେଇଛି ଚଳଚଞ୍ଚଳ । ଓଡିଆଙ୍କ ଏହି ପର୍ବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । ତେବେ ରଜରେ ସମଗ୍ର ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଟ୍ୱିଟର ପେଜରେ ଶୁଭେଛାକୁ ନେଇ ଏକ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟର ପେଜରେ ଲେଖିଛନ୍ତି କି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। pic.twitter.com/UotOAMC0bV
— Naveen Patnaik (@Naveen_Odisha) June 14, 2019
ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ସେଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହିତ ଭେଟଘାଟ ରହିଛି । ତେବେ ବହୁ କାମ ଭିତରେ ମଧ୍ୟ ଓଡିଶାବାସୀଙ୍କୁ ଶୁଭେଛା ଜଣାଇବାକୁ ଭୁଲି ନାହାଁନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ପରେ ଓଡିଆ ଲୋକ ବିଭିନ୍ନ କମେଣ୍ଟ କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ।
ଆଜିଠୁ ଆରମ୍ଭ ରଜ । ତିନି ଦିନ ଧରି ପାଳିତ ହେବାକୁ ଯାଉଛି ରଜ । ପାନ,ପୋଡ ପିଠା ହେଉଛି ଏହି ପର୍ବରେ ମୁଖ୍ୟ । ଝିଅମାନେ ସଜ ହୋଇ ଦୋଳି ଖେଳିଥାନ୍ତି । ପିଲାଠାରୁ ବୁଢ଼ା ସମସ୍ତେ ତାସ,ଲୁଡୁ ଏବଂ କବାଡି ଖେଳରେ ମଧ୍ୟ ମଜି ଯାଇଥାନ୍ତି । ଗାଁରେ ରଜକୁ ବହୁତ ଧୁମଧାମରେ ପାଳନ କରାଯାଇଥାଏ । ଯେତେ କାମ ଥିଲେ ମଧ୍ୟ ରଜକୁ ଗାଁରେ ଯାଇ ପହଁଞ୍ଚିଥାନ୍ତି ଅନେକ ଲୋକ । କାହିଁକି ନାଁ ଗାଁରେ ରଜ ପାଳିବାର ମଜା ନିଆରା ।