ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କିର୍ଗିସ୍ଥାନର ରାଜଧାନୀ ବିଶକେକ ଠାରେ ଆୟୋଜିତ ଏସସିଓ ସମିତିରେ ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନ ଉପରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଥିପାଇଁ ସେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଡକାଇବାକୁ ଦାବି କରିଛନ୍ତି । ମଧ୍ୟ ଏସିଆର ଚାବହାର ପୋର୍ଟ ଏବଂ ଆସ୍କାବାଦ ବ୍ୟପାର କୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ବଣିଜ ସହିତ ଆମେ ପିପଲ ଟୁ ପିପଲ ସଂଯୋଗକୁ ବି ବଢାଉଛୁ । ବିଶେଷ କରି ଆଫଗାନିସ୍ତାନକୁ ଉଲ୍ଲେ୍ କରି କହିଛନ୍ତି ଯେ ଏହି ଦେଶରେ ଶାନ୍ତି ଏବଂ ସ୍ଥିରତା ବହୁତ ଜରୁରୀ ଏବଂ ଏଥିପାଇଁ ଏସସିଓ କାମ କରୁଛି ।
ଏସସିଓ ଦେଶରେ ବହୁତ ଭଲ ସଂଯୋଗ ବହୁତ ଜରୁରୀ । ଏସସିଓ ସଦସ୍ୟ ମଧ୍ୟରେ ଆର୍ଥିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଭାରତ ପ୍ରତିବଦ୍ଧ । ଅକ୍ଷୟ ଉର୍ଜାର ୬ ଏବଂ ସୌର ଉର୍ଜାର ୫ମ ସବୁଠାରୁ ଅଧିକ ଉତ୍ପାଦନ କରୁଥିବା ଦେଶ ହେଉଛି ଭାରତ ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀଙ୍କୁ କଡା ଜବାବ ଦେବା ପାଇଁ ଅନ୍ତରାଷ୍ଟ୍ରୀୟ ସମ୍ମେଳନର ଆହ୍ୱାନ କରିଛନ୍ତି । ଶ୍ରୀଲଙ୍କାରେ ଆତଙ୍କବାଦୀର ସବୁଠାରୁ ଜଘନ୍ୟ ଚେହେରା ଦେଖିଛି ସାରା ଦୁନିଆ । ସମାଜକୁ ଆତଙ୍କବାଦୀଠାରୁ ମୁକ୍ତ କରାଇବା ଜରୁରୀ ଅଟେ । ସେଥିପାଇଁ ସମସ୍ତ ମାନବତାବାଦୀ ଶକ୍ତି ଏକାଠି ହୁଅନ୍ତୁ । ସମସ୍ତ ଦେଶ ଏକାଠି ହୋଇ ଆତଙ୍କବାଦୀ ସହିତ ଲଢ ।
ଅପରପକ୍ଷେ ସମ୍ମିତିର ଦ୍ୱିତୀୟ ଦିନ ଫଟୋ ସେଶନ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଙ୍କୁ ଅଣଦେଖା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ ଗୁରୁବାର ଆୟୋଜିତ ରାତ୍ରିଭୋଜନରେ ବି ଇମରାନଙ୍କୁ ଭାଉ ଦେଇନଥିଲେ ମୋଦି । ପ୍ରଥମରୁ ଭାରତ ସ୍ପଷ୍ଟ କରିଦେଇଛି କି ଆତଙ୍କବାଦୀକୁ ସମର୍ଥନ କରୁଥିବା ଦେଶ ସହିତ ଆଲୋଚନା ହୋଇପାରିବ ନାହିଁ ।
ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ବିଶକେକ ରେ ପୁଣି ଥରେ ଭାରତ ସହିତ କଥା ହେବା ପାଇଁ ଇଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା କରିବା ନିହାତି ଜରୁରୀ ।