ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ ୬୦ ବର୍ଷ ବୟସରୁ ଅଧିକ ବୟସର ଥିବା ଗରିବ ଲୋକଙ୍କ ପାଇଁ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯାହାର ନାମ ରହିଛି ମୁଖ୍ୟମନ୍ତ୍ରୀ ବୃଦ୍ଧ ପେନସନ୍ ଯୋଜନା ।
ଯୋଜନା ଅନୁଯାୟୀ ୬୦ ବର୍ଷରୁ ଅଧିକ ବୟସର ଥିବା ଗରିବ ଲୋକଙ୍କୁ ପ୍ରତିମାସ ୪୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ପ୍ରତିମାସରେ ୫୦୦ ଟଙ୍କା ଲେଖାଏଁ ମିଳିବ । ଅପ୍ରିଲ ୧, ୨୦୧୯ ରୁ ପ୍ରଭାବି ଏହି ଯୋଜନାର ଲାଭ ସରକାରୀ କର୍ମଚାରୀମାନେ ଉଠାଇ ପାରିବେ ନାହିଁ ।
ଏନେଇ ନିତୀଶ କୁମାର କହିଛନ୍ତି କି, ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୮୦୦୦ କୋଟି ଟଙ୍କାର ଏକ ବିଶେଷ ଫଣ୍ଡ ତିଆରି କରିଛନ୍ତି । ଯାହା ଗରିବ ବୃଦ୍ଧଙ୍କୁ ସମ୍ମାନ ଏବଂ ପ୍ରତିଷ୍ଠା ଦେବ ।
ଏପର୍ଯ୍ୟନ୍ତ ପେନସନ୍ ପାଇଁ ଦୁଇ ଲକ୍ଷରୁ ଅଧିକ ଲୋକ ଅନଲାଇନ୍ ଆବେଦନ କରିଛନ୍ତି । ସେପଟେ ୩୫ ରୁ ୩୬ ଲକ୍ଷ ଆବେଦନ ଆସିବ ବୋଲି ସରକାର ଆଶା ରଖିଛନ୍ତି ।