ବଲାଙ୍ଗୀର (ଏଟିଆର ବ୍ୟୁରୋ); ଯୁବ ବିଜେଡି ନେତାଙ୍କ ପରଲୋକ । ବଲାଙ୍ଗୀର ଯୁବ ବିଜେଡିର ସାଧାରଣ ସମ୍ପାଦକ ମନୀଷ କୁମାର ମିଶ୍ରଙ୍କ ଅକାଳରେ ମୃତ୍ୟୁ ହୋଇଛି । ଏହି କବର ପାଇବା ପରେ ବିଜେଡି ନେତାଙ୍କ ସମେତ ସାଧାରଣ ଲୋକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁରେ ରାଜ୍ୟ ବିଜେଡି ଉପ-ସଭାପତି ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ ଓ ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶୋକ ବ୍ୟକ୍ତି କରିଛନ୍ତି ।
ମୃତ୍ୟୁ ବେଳକୁ ମନୋଜଙ୍କୁ ୪୧ ବର୍ଷ ହୋଇଥିଲା । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ପୁଅର ଚିକିତ୍ସା କରିବା ପାଇଁ ଲକ୍ଷୌ ଯାଇଥିଲେ ମନୋଜ । ସେଠାରେ ଏକ ଲଜରେ ରହିଥିଲେ ପରିବାର ଲୋକ । ଗତ ୧୨ ତାରିଖରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଆଜି ସକାଳେ ମନୋଜଙ୍କ ମରଶରୀର ଆସି ଓଡିଶାରେ ପହଁଞ୍ଚିଥିଲା । ବଲାଙ୍ଗୀରରେ ତାଙ୍କ ମରଶରୀର ପହଁଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲେ । ତାଙ୍କ ଶେଷ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ ଜମିଯାଇଥିଲା । ତେବେ ମନୋଜ ଏକାଧାରରେ ଜଣେ ହାସ୍ୟ କଳାକାର, ଯୁବନେତା ତଥା ସମାଜସେବୀ ଭାବରେ ବେଶ ପରିଚିତ ଥିଲେ।