ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ଅଯୋଧ୍ୟା ଉପରେ ହୋଇ ପାରେ ଆତଙ୍କବାଦୀ ଆକ୍ରମଣ । ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ସୂଚନା ଅନୁସାରେ ଆତଙ୍କବାଦୀ ମାନେ ଭାରତରେ ପ୍ରବେଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନେ ନେପାଳ ଦେଇ ଭାତେ ପ୍ରବେଶ କରି ପାରନ୍ତି ବୋଲି ସୂଚନା ମିଳିଛି । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶରେ ହାଇ ଆର୍ଲଟ ଜାରି କରାଯାଇଛି । ଅଯୋଧ୍ୟାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ସମସ୍ତ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ସହରରେ ପେଟ୍ରୋଲ ପମ୍ପ, ବଡବଡ ହଟେଲରେ ଯାଞ୍ଚ କଡାକଡି କରାଯାଇଛି । ଗୁଇନ୍ଦା ବିଭାଗ ସୂଚନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଅଯୋଧ୍ୟା ରାୟ ଆସନ୍ତା ୧୮ ତାରିଖରେ ଆସିବାକୁ ଥିବା ବେଳେ ଗୁଇନ୍ଦା ସୂଚନା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଆତଙ୍କବାଦୀ ମାନେ ଏହି ଦିନକୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି ।
୨୦୦୫, ଜୁନ୍ ୫ ତାରିଖରେ ଅଯୋଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ କରାଯାଇଥିଲା । ସୁରକ୍ଷାବାହିନୀର ଗୁଳିରେ ୫ ଆତଙ୍କବାଦୀ ନିପାତ ହୋଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ମାନେ ଏମିତି ଷଡଯନ୍ତ୍ର କରିଥିବା ଜଣାପଡିଛି । ସହରରେ ଅର୍ଦ୍ଧ ସାମରୀକ ବାହିନୀ ନିୟୋଜିତ ହୋଇଛନ୍ତି । ସନ୍ଦିଗ୍ଧଙ୍କୁ ଯାଞ୍ଚ କଡାକଡି କରାଯାଇଛି । ଏମିତିକି ଡ୍ରୋନ ଓ ସିସି କ୍ୟାମେରା ସାହାର୍ଯ୍ୟରେ ନଜର ରଖାଯାଇଛି ।