ବିହାର: ବିହାରରେ ଏକ ନୂଆ ଅଜଣା ଜ୍ୱରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ବିହାରରେ ୧୦୦ ପିଲାଙ୍କର ଏହି ରୋଗରେ ମୃତ୍ୟୁ ହୋଇ ସାରିଲାଣି । ବିହାରରେ ଏହି ରୋଗକୁ ଦିମାଗୀ ଜର କୁହାଯାଉଥିବା ବେଳେ କେହିକେହି ଏହାକୁ ଚମକି ଜର ବୋଲି କହୁଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ମୁଜଫରପୁର ସମେତ ରାଜ୍ୟର ୧୨ ଟି ଜିଲ୍ଲାରେ ଏହି ମାରାତ୍ମକ ରୋଗ ଦିନକୁ ଦିନ ବଢିବାରେ ଲାଗିଛି ।
ଏସକେଏମସିଏଚ ରେ ଏବେ ପର୍ଯ୍ୟନ୍ତ ୮୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅଧିକ ୧୦ ବର୍ଷରୁ କମ ବୟସର ପିଲା ରହିଛନ୍ତି । ପିଲାଙ୍କର ହାଇକୋଗ୍ଲାଇସିମିୟା ଏବଂ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହେବା ଫଳରେ ନିରିହ ପିଲାଙ୍କର ମୃତ୍ୟୁ ହେଉଛି । ଏନେଇ ବିହାର ଯାଇ ସ୍ଥିତି ଅନୁଧାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଜରରେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଥିବା ସୂଚନା ରହିଛି ।
ଏବେ ବି ବିଭିନ୍ନ ଚିକିତ୍ସାଳୟରେ ଏହି ରୋଗରେ ୧୧୦ ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି । ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ସ୍ୱାସ୍ଥ୍ୟ ସେବା ତ୍ୱରାନୀତ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିଭଳି ୧୦୦ ବେଡ ବିଶିଷ୍ଟ ଆଇସିୟୁର ବ୍ୟବସ୍ଥା କରିବାକୁ କହିଛନ୍ତି । ଏହା ଏକ ଭାଇରାଲ ଜର । ଏହି ଜରରେ ପୀଡିତ ରାଗୀ ଦେହର ତାପମାତ୍ରା ବୃଦ୍ଧି ପାଇବା ସହିତ ମୁଣ୍ଡ ବିନ୍ଧା ଲାଗି ରହିଥାଏ ।