ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଖରା ଛୁଟି ପରେ ଆଜିଠୁ ଖୋଲାଯିବ କଲେଜ । ରାଜ୍ୟର ସମସ୍ତ କଲେଜରେ ୨୦ ତାରିଖରୁ ପାଠ ପଢ଼ା ଆରମ୍ଭ ହେବ । ସରକାରୀ ଛୁଟି ଗତକାଲି ସରିଯାଇଛି । ବହୁ ଦିନର ଛୁଟି ପରେ ଆଜି କଲେଜ ଖୋଲିଥିବାରୁ ଖୁସିରେ କଲେଜ ଯାଉଛନ୍ତି ଛାତ୍ର ଛାତ୍ରୀ । ଆଜି କେତେକ କଲେଜରେ ଛାତ୍ର ଛାତ୍ରୀଙ୍କୁ ରୁଟିନ ଦିଆଯିବ । ଏବଂ ୨୦ ତାରିଖରୁ ଏହି ରୁଟିନ ହିସାବରେ କ୍ଳାସ ହେବ ।
ଏବେ ଯୁକ୍ତ ଦୁଇ ନାମ ଲେଖା ଚାଲିଛି । ଏବଂ +୩ ର ମଧ୍ୟ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । +୨ ଦ୍ୱିତୀୟ ବର୍ଷ ଏବଂ +୩ର ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ କ୍ଳାସ ଚାଲୁ ହେବ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁ ସମସ୍ତ କଲେଜରେ ପରୀକ୍ଷା ଶୀଘ୍ର ହୋଇଯାଇଥିଲା। ଏହାପରେ ସମସ୍ତ କଲେଜ ବନ୍ଦ ରହିଥିଲା। ସୂଚନାଯୋଗ୍ୟ,+୨ ବିଜ୍ଞାନ,ବାଣିଜ୍ୟ,ଧନ୍ଦା ମୂଳକ ଶିକ୍ଷା ଏବଂ କଳା ବିଭାଗର ରେଜଲ୍ଟ ବାହାରି ନାହିଁ । ଏଇ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ ।