ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏଣିକି ବିନା ହେଲମେଟ୍ ରେ ଓଭର ବ୍ରିଜ ମନା । ଖଣ୍ଡଗିରିରୁ ରସୁଲଗଡ ପର୍ଯ୍ୟନ୍ତ ବିନା ହେଲମେଟ୍ ରେ ଯାଇପାରିବେନି ବାଇକ ଆରୋହି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ଏଭଳି କଟକଣା । ଏକମାସ ପର୍ଯ୍ୟନ୍ତ ଏହି ନିୟମ ଚାଲୁ ହେବ ବୋଲି ସୂଚନା ମିଳିଛି । ତେବେ କେହି ଯଦି ଏହି ନିୟମକୁ ଉଲଘନ କରେ ତେବେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।
ଦିନକୁ ଦିନ ଓଭର ବ୍ରିଜ ଉପରେ ଦୁର୍ଘଟଣାର ପରିମାଣ ବଢ଼ିବାରେ ଲାଗିଛି । ଲୋକଙ୍କୁ ଯେତେ ସଚେତନ କରାଇଲେ ସୁଦ୍ଧା ବିନା ହେଲମେଣ୍ଟରେ ଗାଡି ଚଳାଇ ଦୁର୍ଘଟଣାର ଶିକାର ହୋଉଛନ୍ତି । ତେବେ ଏହି ସବୁ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଘୋଷଣା କରିଛନ୍ତି କି ଏଥରକ ଓଭର ବ୍ରିଜ ଉପରେ ବିନା ହେଲମେଟ୍ ବାଲାଙ୍କୁ ମନା । ବ୍ରିଜ ତଳେ ଛକ ଛକ ଚେକିଂ ହେଉଥିବା ବେଳେ ଓଭର ବ୍ରିଜ ଉପରେ ହେଲମେଟ୍ ଚେକିଂ ଏତେ ପରିମାଣ କରାଯାଇ ନଥାଏ ।
ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ୱରରେ ଏକ ଟ୍ରକ୍ ଚାପି ଦେବାରୁ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ନୟାପଲ୍ଲୀ ଓଭରବ୍ରିଜ୍ ଏହି ଦୁର୍ଘଟଣା ଘଟିଥିଲା। ସେହିପରି ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ରୁ ଏକ ବାଇକ୍ ତଳେ ପଡ଼ିଯିବାରୁ ବାପପୁଅଙ୍କ ମୃତ୍ୟୁ ଘଟିଥିଲା।
ପ୍ରଶାସନର ଏହି ନିୟମକୁ କେତେକ ମଜାରେ ଉଡାଇ ଦେଇଛନ୍ତି । କାରଣ ପୂର୍ବରୁ ବିନା ହେଲମେଟ୍ ରେ ପେଟ୍ରୋଲ ଦିଆ ହେବ ନାହିଁ ବୋଲି ନିୟମ ହୋଇଥିଲା । କିନ୍ତୁ ଦିନ କେଇଟାରେ ସବୁ ବଦଳି ଯାଇଛି ।