ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟାଟା ମୋଟର୍ସ ପକ୍ଷରୁ ସୋମବାର କମ୍ଫ୍ୟାକ୍ଟ ସେଡାନ ଟିଗୋରର ଅଟୋମେଟିକ ମାନୁଆଲ ଟ୍ରାଂସମିଶନ ସଂସ୍କରଣକୁ ଲଞ୍ଚ କରାଯାଇଛି । ଯାହାର ଦର ପାଖାପାଖି ୬.୩୯ ଲକ୍ଷ ରୁ ଆରମ୍ଭ ହୋଇଛି ।
ଏନେଇ ଟାଟା ମୋଟର୍ସ ପକ୍ଷରୁ ଏକ ବୟାନରେ କୁହାଯାଇଛି କି , କମ୍ପାନୀ ତାର ଟିଗୋର ଏଏମଟି ଦରକୁ ଏକ୍ସଏମଏ ଏବଂ ଏକ୍ସଜେଡଏ ଭଳି ଦୁଇଟି ଭ୍ୟାରିଏଣ୍ଟ ବଜାରକୁ ଛାଡିଛି । ଯାହର ଦର କ୍ରମଶଃ ୬.୩୯ ଲକ୍ଷ ଏବଂ ୭.୨୪ ଲକ୍ଷ ରହିଛି । ଦୁଇଟି ନୂତନ ଟ୍ରିମ୍ସକୁ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ସହିତ ଛଡାଯିବ ।
କମ୍ପାନୀର ନିଜ ଗ୍ରାହକଙ୍କ ବଢୁଥିବା ଆକାଂକ୍ଷାକୁ ପୁରା କରିବା ପାଇଁ ଏହି ନୂତନ ଉତ୍ପାଦକୁ ଲଞ୍ଚ କରାଯାଇଛି ବୋଲି ଟାଟା ମୋଟର୍ସର ସେଲ୍ସ ଏବଂ କଷ୍ଟମର ସପୋର୍ଟ ମାମଲାର ଉପାଧ୍ୟକ କହିଛନ୍ତି । ସେ କହିଛନ୍ତି କି, ଏହି ରଣନୀତିରେ ଆମର ସ୍ୱଚାଳିତ ପୋର୍ଟଫୋଲିଓର ନିରନ୍ତର ବିସ୍ତାର ଏବଂ ଦୃଢତା ବି ଶାମିଲ ରହିଛି । ବିଶ୍ୱାସ ରହିଛି କି ଗ୍ରାହକ ଏହାକୁ ପ୍ରଶଂସା କରିବେ ।
ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି କି, ଏକ୍ସଜେଡଏ ଭ୍ୟାରିଏଣ୍ଟ ଟପ୍ ମାନୁଆଲ ଟ୍ରିମ ଏକ୍ସଜେଡ ଭଳି ରହିବ ଏବଂ ୭ ଇଞ୍ଚ ଟଚ୍ ୍ସ୍କ୍ରିନ୍ ଇଂଫୋଟେନମେଂଟ ସିଷ୍ଟମ ଭଳି ଆପେଲ୍ କାର ପ୍ଲେ, ଆଣ୍ଡ୍ରୋଏଡ ଅଟୋ ଏବଂ ହରମନ ର ୮ ଟି ସ୍ପିକର ର ସାଉଣ୍ଡ ସିଷ୍ଟମ ରହିବ । ଏଥିରେ ଇଣ୍ଟିଗ୍ରେଟେଡ ଏଲଇଡି ସହିତ ୧୫ ଇଞ୍ଚର ଡାଇମଣ୍ଡ କଟ ହ୍ୱିଲ୍ ଏବଂ ଆଟୋ ଫୋଲ୍ଡ ଓଆରବିଏମ ରିୟର ଭିୟୁ ମିରର ବି ରହିଛି । ଦୁଇଟି ଭ୍ୟାରିଏଣ୍ଟରେ ଡ୍ରାଇଭିଂ ମୋଡସ୍, ବ୍ଲୁଟୁଥ୍ କନେକ୍ଟିଭିଟ୍ ସହିତ ହରମନ ଟ୍ୟୁନ୍ଡ ମ୍ୟୁଜିକ ସିଷ୍ଟମ,ରିଭର୍ସ ପାର୍କି ସେଂସର ଆଦି ସୁବିଧା ମାନ ରହିଛି । ଏହାସହିତ ଡୁଆଲ ଏୟାରବ୍ୟାଗ୍, ଆଣ୍ଟି ଲକ୍ ବ୍ରେକ, ଇଲୋକ୍ଟ୍ରନିକ ବ୍ରେକ ଫୋର୍ସ ଡିଷ୍ଟ୍ରିବ୍ୟୁସନ, କର୍ଣ୍ଣର ଷ୍ଟାବିଲିଟି କଣ୍ଟ୍ରୋଲ, ରିଭର୍ସ ପାର୍କି ସେଂସର , ସ୍ପିଡ୍ ଡିପେଡାଣ୍ଟ ଅଟୋମେଟିକ ଡୋର ଲକିଂ ଏବଂ ଇଞ୍ଜିନ ଇମୋବିଲାଇଜର ଭଳି ସୁରକ୍ଷିତ ଫିଚର୍ସ ଆଦି ରହିଛି ।